Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆନ୍ଧ୍ରରେ ବନ୍ଧା ପଡ଼ିଛନ୍ତି ୧୬ ଓଡ଼ିଆ ଦାଦନ ଶ୍ରମିକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆନ୍ଧ୍ରରେ ବନ୍ଧା ପଡ଼ିଛନ୍ତି ୧୬ ଓଡ଼ିଆ ଦାଦନ ଶ୍ରମିକ

ଅର୍ଗସ ବ୍ୟୁରୋ: ରାଜ୍ୟରେ 24 ବର୍ଷର ସ୍ଥିର ଶାସନରେ ବଢୁଛି ଦାଦନ ଯନ୍ତ୍ରଣା। ରୋଜଗାର ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ହଜାର ହଜାର ଓଡ଼ିଆ । ଆନ୍ଧ୍ରରେ ବନ୍ଧା ପଡ଼ିଛନ୍ତି 16 ଓଡ଼ିଆ ଦାଦନ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଇଛାପଡା ପଞ୍ଚାୟତର କିଛି ଶ୍ରମିକ ଦୁଇ ପଇସା ରୋଜଗାର ପାଇଁ କତରଲଗା ଗ୍ରାମର ସର୍ଦ୍ଦାର ଛନକ ବାଗଙ୍କ ଜରିଆରେ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ ଇଟା ଭାଟିରେ କାମ କରୁଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସତ୍ତ୍ବେ ସେମାନଙ୍କୁ କାମ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି।

କାମ ନକଲେ ମିଳୁଛି ଅକଥନୀୟ ନିର୍ଯାତନା। ଯାହା ସହି ନପାରି ଜଣେ ଦମ୍ପତି ସେଠାରୁ ଲୁଚି ଓଡ଼ିଶା ଫେରି ଆସିଥିବା ବେଳେ ଆହୁରି 16 ଜଣ ସେହିଠାରେ ଫସି ରହିଥିବା ସୂଚନା ମିଳିଛି।  ଏ ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ପାଖରେ ମଧ୍ୟ ଅଭିଯୋଗ ହୋଇଛି ଅଥଚ ଏ ଦିଗରେ କି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ତାହା କାହାକୁ ଜଣା ନାହିଁ। ତେଣୁ ସଭିଙ୍କୁ ଉଦ୍ଧାର ପାଇଁ ଦାବି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
16 migrant workers are stranded in Andhra | Argus News