Videos
|
Odisha

ଆଜି ରାଜ୍ୟ ସରକାରଙ୍କ ସହ ବୈଠକ କରିବେ ଷୋଡ଼ଶ ଅର୍ଥ କମିଶନ

Ritu Das
Browse all articles by Ritu Das
·1 year ago·1 min read
ଆଜି ରାଜ୍ୟ ସରକାରଙ୍କ ସହ ବୈଠକ କରିବେ ଷୋଡ଼ଶ ଅର୍ଥ କମିଶନ

ଆଜି ବୈଠକ କରିବେ ଷୋଡ଼ଶ ଅର୍ଥ କମିଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ କରିବେ ଷୋଡ଼ଶ ଅର୍ଥ କମିଶନ । ଅର୍ଥ କମିଶନଙ୍କ ପାଖରେ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୋଡ଼ ମ୍ୟାପ ଉପସ୍ଥାପନ କରିବେ ରାଜ୍ୟ ସରକାର । ଏହାସହ ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବି ପତ୍ର ଦେବେ ରାଜ୍ୟ ସରକାର ।


ପାଞ୍ଚ ବର୍ଷର ଯୋଜନା ନେଇ ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ରଖିବେ। ଅର୍ଥ କମିଶନ ନିକଟରେ 12 ଲକ୍ଷ 56 ହଜାର 148 କୋଟି ଟଙ୍କାର ଦାବି ରଖିବେ । ମୋଦିଙ୍କ 3.0ରେ ଫୋକସରେ ରହିଛି ଓଡ଼ିଶା। ପୂର୍ବୋଦୟରେ ଓଡ଼ିଶାକୁ ଦିଆଯାଉଛି ପ୍ରାଧାନ୍ୟ । ବିକାଶର ଗ୍ରୋଥ୍ ଇଂଜିନରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ରହିବ । ଓଡ଼ିଶାର ଅନେକ ୪ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ଷୋଡ଼ଶ ଅର୍ଥ କମିଶନ । କମିଶନ ଅଧ୍ୟକ୍ଷ ଡ଼. ଅରବିନ୍ଦ ପାନଗାରିଆଙ୍କ ସମେତ 15 ଜଣିଆ ଟିମ୍‌ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
16th Finance Commission to meet state governments today | Argus News