Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗନ୍ଧମାର୍ଦ୍ଦନରେ ଫସିଥିବା ଛତିଶଗଡ଼ର ୧୭ ପର୍ଯ୍ୟଟକ ଉଦ୍ଧାର ହେଲେ

Rashmita Mishra
Browse all articles by Rashmita Mishra
·11 months ago
 ଗନ୍ଧମାର୍ଦ୍ଦନରେ ଫସିଥିବା ଛତିଶଗଡ଼ର ୧୭ ପର୍ଯ୍ୟଟକ ଉଦ୍ଧାର ହେଲେ

Key Points

ପ୍ରବଳ ବର୍ଷା ଯୋଗୁଁ ଗତକାଲିଠୁ ପର୍ଯ୍ୟଟକମାନେ ପାହାଡ଼ରେ ଫସି ରହିଥିଲେ

ଗନ୍ଧମାର୍ଦ୍ଦନରେ ଫସିଥିବା ଛତିଶଗଡ଼ର ୧୭ ପର୍ଯ୍ୟଟକ ହେଲେ ଉଦ୍ଧାର
ପାହାଡ଼ର ହିଲଟପରୁ ପର୍ଯ୍ୟଟକ ଉଦ୍ଧାର କଲେ ଡିଭିଏଫ୍, ଦମକଳ ବାହିନୀ, ପୋଲିସ

ପଦ୍ମପୁର ଗନ୍ଧମାର୍ଦ୍ଦନ ପାହାଡ଼ରେ ରାତିସାରା ଫସିଥିବା ଛତିଶଗଡ଼ର ୧୭ ପର୍ଯ୍ୟଟକ ହେଲେ ଉଦ୍ଧାର । ପ୍ରବଳ ବର୍ଷା ଯୋଗୁଁ ଗତକାଲିଠୁ ପର୍ଯ୍ୟଟକ ମାନେ ଫସି ରହିଥିଲେ । ଆଜି ଭୋରୁ ପାହାଡ଼ର ହିଲଟପରୁ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରାଯାଇଛି । ଗତକାଲିଠୁ ଅନୁସନ୍ଧାନ ଜାରି ରଖିଥିଲେ ଡିଭିଏଫ୍, ଦମକଳ ବାହିନୀ, ପୋଲିସ ଓ ଫରେଷ୍ଟ ବିଭାଗ । ଗତକାଲି ସକାଳ ୧୦ଟାରୁ ନୃସିଂହନାଥରୁ ହରିଶଙ୍କର ଯାଉଥିଲାବେଳେ ପର୍ଯ୍ୟଟକମାନେ ରାସ୍ତା ଭଟକି ଯାଇଥିଲେ । ରାତିରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରେ ଫସି ରାତିସାରା ହିଲଟପରେ ବିତାଇଥିଲେ । ପର୍ଯ୍ୟଟକଙ୍କ ମଧ୍ୟରେ ଶିଶୁ, ମହିଳା ଓ ପୁରୁଷ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
17-tourists-from-chhattisgarh-stranded-in-gandhamardan-rescued | Argus News