Videos
|
Odisha

ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରେ କଟିଲା ସାରାରାତି

Smruti Parija
Browse all articles by Smruti Parija
·1 year ago·1 min read
ପ୍ରବଳ ବର୍ଷା ଯୋଗୁଁ  ପାହାଡ଼ରେ କଟିଲା ସାରାରାତି

Key Points

ଗନ୍ଧମାର୍ଦ୍ଦନ ପାହାଡ଼ ଉପର ଜଙ୍ଗଲରେ ୨୦ ଘଣ୍ଟା
ଉଦ୍ଧାର ହେଲେ ଫସିଥିବା ୧୭ ପର୍ଯ୍ୟଟକ
ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରେ କଟିଲା ସାରାରାତି
କାଲିଠୁ ଅନୁସନ୍ଧାନ ଚଳାଇଥିଲେ ରେସ୍କ୍ୟୁ ଟିମ୍
ନୃସିଂହନାଥରୁ ହରିଶଙ୍କର ଯିବାବେଳେ ଭଟକି ଗଲେ ରାସ୍ତା

ଉଦ୍ଧାର ହେଲେ ପଦ୍ମପୁର ଗନ୍ଧମାର୍ଦ୍ଦନ ପାହାଡ଼ରେ ରାତିସାରା ଫସିଥିବା ଛତିଶଗଡ଼ର ୧୭ ପର୍ଯ୍ୟଟକ । ପ୍ରବଳ ବର୍ଷା ଯୋଗୁଁ ଗତକାଲିଠୁ ପାହାଡ଼ ଉପରେ ଫସିଥିଲେ ୩ ଶିଶୁଙ୍କ ସମେତ ୧୭ ଛତିଶଗଡ଼ି ପର୍ଯ୍ୟଟକ । ଆଜି ଭୋରୁ ପାହାଡ଼ର ହିଲ୍ ଟପରୁ ପର୍ଯ୍ୟଟକମାନଙ୍କୁ କରାଯାଇଛି ଉଦ୍ଧାର । ଗତକାଲିଠୁ ଅନୁସନ୍ଧାନ ଜାରି ରଖିଥିଲେ ଡିଭିଏଫ୍, ଦମକଳ ବାହିନୀ, ପୋଲିସ ଓ ଫରେଷ୍ଟ ବିଭାଗ । ବୁଧବାର ସକାଳ ୧୦ଟା.... ପର୍ଯ୍ୟଟକମାନେ ହରିଶଙ୍କର ପଟୁ ପାହାଡ଼ ଚଢ଼ି ନୃସିଂହନାଥ ଆସୁଥିଲେ । ବାଟରେ ରାସ୍ତା ଭୁଲି ଯାଇ ନୃସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଫସି ରହିଥିଲେ। ରାତିରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରେ ଫସି ହିଲଟପରେ ବିତାଇଥିଲେ ସାରାରାତି ।


ଫରେଷ୍ଟ ରେଞ୍ଜରଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରି ତଳକୁ ଆଣିଛନ୍ତି । ଗତକାଲି ରାତିରେ ସୂଚନା ପାଇବା ପରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲା ସ୍ବତନ୍ତ୍ର ଟିମ୍ । ପୋଲିସ, ଅଗ୍ନିଶମ ବାହିନୀ ସହ ମନ୍ଦିର କର୍ମଚାରୀଙ୍କର ଏକ ୪୦ ଜଣିଆ ଟିମ୍ ପର୍ଯ୍ୟଟକଙ୍କ ମୋବାଇଲ ଲୋକେସନ୍ ଟ୍ରାକ୍ କରି ସେମାନଙ୍କ ପାଖରେ ପହଞ୍ଚି ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ପ୍ରହଲ୍ଲାଦ ସାଇ ମୀନା ପହଞ୍ଚି କରିଥିଲେ ସ୍ଥିତି ଅନୁଧ୍ୟାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଉଦ୍ଧାର ପରେ ସମସ୍ତ ପର୍ଯ୍ୟଟକଙ୍କ କରାଯାଇଛି ସ୍ବାସ୍ଥ୍ୟ ପରୀକ୍ଷା । ପରେ ସମସ୍ତଙ୍କୁ ଘରକୁ ପଠାଯିବା ନେଇ ସୂଚନା ମିଳିଛି ।

17-tourists-stranded-in-gandhamardan-hill-forest-rescued-after-20-hours | Argus News