Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବଜାତକ ଚୋରି ଘଟଣାକୁ ପୂରିଲା ୧୮ ଘଣ୍ଟା, ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ କରାଯାଇନି ଗିରଫ

Banajyotshna Ray
Browse all articles by Banajyotshna Ray
·1 year ago
ନବଜାତକ ଚୋରି ଘଟଣାକୁ ପୂରିଲା ୧୮ ଘଣ୍ଟା,  ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ କରାଯାଇନି ଗିରଫ

ଅର୍ଗସ ବ୍ୟୁରୋ:  ବୁର୍ଲା ଭୀମସାରରୁ ନବଜାତକ ଚୋରି ଘଟଣାକୁ ୧୮ ଘଣ୍ଟା ପୂରିଲା। ହେଲେ ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇପାରିନି। ଦୁଇ ଦିନର ନବଜାତକ ଶିଶୁକୁ ଚୋରି କରି ନେଇଥିବା ଅଭିଯୋଗ। ଘଟଣାସ୍ଥଳରେ ପହଞ୍ଚିଲା ବୁର୍ଲା ପୋଲିସ। ବିଭିନ୍ନ ସିସିଟିଭି କ୍ୟାମେରା ଦେଖି ପୋଲିସ ଛାନଭିନ୍ ଚଳାଇଛି। ସେପଟେ ମା ସେହି ମହିଳାଙ୍କୁ ଚିହ୍ନିଥିବା କହିଛନ୍ତି। ବୁର୍ଲା ମେଡ଼ିକାଲରୁ ନବଜାତ ଶିଶୁପୁତ୍ର ଚୋରୀ ଘଟଣାରେ ୪ଟି ଟିମ୍ ଗଠନ କରିଛି ସମ୍ବଲପୁର ପୋଲିସ। ରାଜ୍ୟ ବାହାରକୁ ମଧ୍ୟ ଯିବ ଗୋଟିଏ ଟିମ୍, ଓଡ଼ିଶା -  ଛତିଶଗଡ ସୀମା ସିଲ କରିଛି ପୋଲିସ। ଏହାସହ ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚେକିଂ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
18 hours have passed since the newborn theft incident, the accused woman has not been arrested yet | Argus News