୧୮ ଲକ୍ଷ ହିତାଧିକାରୀଙ୍କୁ କାଲି ମିଳିବ 'ସୁଭଦ୍ରା', NPCI କ୍ଲିଅର ହୋଇ ନଥିଲେ ଆଉ ମାସେ ଅପେକ୍ଷା

Key Points
କାଲି ୧୮ ଲକ୍ଷରୁ ଊର୍ଦ୍ଧ୍ଵ ଭଉଣୀ ସୁଭଦ୍ରା ଟଙ୍କା ପାଇବେ । କାଲି ସୁଭଦ୍ରା କିସ୍ତି ପ୍ରଦାନ ପରେ ୯୮ ଲକ୍ଷରୁ ଅଧିକ ମହିଳା କଭର ହେବେ ।
ଭୁବନେଶ୍ଵର: ପାଖାପାଖି ୧୮ ଲକ୍ଷ ମହିଳାଙ୍କୁ ଶନିବାର ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି । ଯାଜପୁରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପ୍ରଭାତୀ କହିଛନ୍ତି, କାଲି ୧୮ ଲକ୍ଷରୁ ଊର୍ଦ୍ଧ୍ଵ ଭଉଣୀ ସୁଭଦ୍ରା ଟଙ୍କା ପାଇବେ । କାଲି ସୁଭଦ୍ରା କିସ୍ତି ପ୍ରଦାନ ପରେ ୯୮ ଲକ୍ଷରୁ ଅଧିକ ମହିଳା କଭର ହେବେ । ଯେଉଁମାନେ NPCI କ୍ଲିଅର ହୋଇ ନଥିବାରୁ ରହିଯିବେ ସେମାନଙ୍କ ପାଇଁ ମାସେ ଅପେକ୍ଷା ରହିବ । ମାର୍ଚ୍ଚ ୮ରେ ସେମାନଙ୍କୁ ଯୋଡ଼ା ଯିବ ।
📱 Get Argus News App
✨୩ ଲକ୍ଷ ୩୮ ହଜାର NPCI ମଧ୍ୟରୁ ୬୯ ହଜାର ଜଣଙ୍କ ଏନ୍ପିସିଆଇ କ୍ଲିଅର ହୋଇଛି । ଯେଉଁମାନଙ୍କ ଏନ୍ପିସିଆଇ କ୍ଲିଅର ହୋଇନି, ସେମାନଙ୍କୁ ବ୍ୟକ୍ତିଗତ ଆପ୍ରୋଚ୍ କରିବାକୁ ପଡ଼ିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ିବେ ନାହିଁ । ତେଣୁ ଯେ ପର୍ଯ୍ୟନ୍ତ ହିତାଧିକାରୀ ଯୋଡ଼ି ହେଉଥିବେ, ସେ ପର୍ଯ୍ୟନ୍ତ ସୁଭଦ୍ରା ମିଳୁଥିବ ।
ପ୍ରଥମ କିସ୍ତିରେ ଯେଉଁମାନେ ଯୋଡ଼ି ହେବେ ସେମାନେ ମାର୍ଚ୍ଚ ୮ରେ ଦ୍ଵିତୀୟ କିସ୍ତି ପାଇବେ । ମହିଳାଙ୍କ ଲାଗି ସୁଭଦ୍ରା ଯୋଜନା ବିକାଶର ମୂଳପିଣ୍ଡ । ମହିଳାଙ୍କ ଲାଗି ବିଭିନ୍ନ ମୁଦ୍ରାରେ ସୁଭଦ୍ରା ଆସିବ । ମହିଳା ସଶକ୍ତିକରଣର ଇଏ ଆରମ୍ଭ ମାତ୍ର ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।