Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବ୍ରହ୍ମପୁରରେ ମିଶିବ ସହରତଳି ଅଞ୍ଚଳର 18 ପଞ୍ଚାୟତ, ଗ୍ରୀନ୍ ସିଗନାଲ୍ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

Odisha

ବ୍ରହ୍ମପୁରରେ ମିଶିବ ସହରତଳି ଅଞ୍ଚଳର 18 ପଞ୍ଚାୟତ, ଗ୍ରୀନ୍ ସିଗନାଲ୍ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବ୍ରହ୍ମପୁରରେ ମିଶିବ ସହରତଳି ଅଞ୍ଚଳର 18 ପଞ୍ଚାୟତ, ଗ୍ରୀନ୍ ସିଗନାଲ୍ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ବ୍ରହ୍ମପୁର ସହରକୁ ଲାଗି ରହିଛି ସହରତଳି ଅଞ୍ଚଳ । ପ୍ରାୟ ୧୮ଟି ପଞ୍ଚାୟତ ଅତଃପ୍ରତଃ ଭାବେ ଜଡ଼ିତ । ମାତ୍ର ସବୁ ପ୍ରକାରର ସୁବିଧାରୁ ବଞ୍ଚିତ ଅଞ୍ଚଳ ବାସିନ୍ଦା । ଯେଉଁଥିପାଇଁ ଦୀର୍ଘ ବର୍ଷ ହେଲା ସହରକୁ ଲାଗି ରହିଥିବା ଏହି ପଞ୍ଚାୟତ ଗୁଡ଼ିକୁ ବ୍ରହ୍ମପୁରରେ ସାମିଲ କରାଯିବା ନେଇ ହୋଇ ଆସୁଥିଲା ଦାବି । ଯେଉଁଥିରେ ଏବେ ପଡିବାକୁ ଯାଉଛି ପୂର୍ଣ୍ଣଛେଦ । ବ୍ରହ୍ମପୁର ଗସ୍ତ କାଳରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଦାବି ପତ୍ର ଦେଇଥିଲା ସହରତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି । ଯେଉଁଥିରେ ୧୮ଟି ପଞ୍ଚାୟତକୁ ବ୍ରହ୍ମପୁରରେ ସାମିଲ କରିବା ନେଇ ସମର୍ଥନ ଜଣାଇଛନ୍ତି ମନ୍ତ୍ରୀ । ଏନେଇ ବିଭାଗକୁ ଜିଲ୍ଲାପାଳ ଏକ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।ସେହିପରି ସହରତଳି ଅଞ୍ଚଳର ଏହି ପଞ୍ଚାୟତ ମାନଙ୍କରେ ଲାଗି ରହିଥିବା ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଏମସି କମିଶନରଙ୍କୁ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ପୂର୍ବ ବିଜେଡି ସରକାରବେଳେ 2008 ମସିହାରୁ ସହରତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇ ଦାବି ହୋଇ ଆସୁଥିଲା । ଅନେକ ଥର ଆନ୍ଦୋଳନ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପରେ 2022 ମସିହାରେ ଗୋଟିଏ ପଞ୍ଚାୟତ ଲୋଚାପଡ଼ା ସହ ବଡ଼କୁସସ୍ଥଳୀ ପଞ୍ଚାୟତର ସାନକୁସସ୍ଥଳୀ, ଗଉଞ୍ଜୁ ପଞ୍ଚାୟତର ବ୍ରହ୍ମାପଲ୍ଲୀ ଓ ଗୋଳାବନ୍ଧ ପଞ୍ଚାୟତର ଗୋଳାବନ୍ଧ 3ଟି ଗାଁକୁ ବ୍ରହ୍ମପୁରରେ ସାମିଲ ନେଇ ପ୍ରସ୍ତାବକୁ ମଞ୍ଜୁର କରିଥିଲେ ସେତେବେଳର ସରକାର । ତେବେ ବର୍ତ୍ତମାନ 18 ପଞ୍ଚାୟତ ବ୍ରହ୍ମପୁରରେ ସାମିଲ୍ ନେଇ ସବୁଜ ସଙ୍କେତ ମିଳିବା ପରେ ସହର ଉପକଣ୍ଠରେ ଥିବା 18 ପଞ୍ଚାୟତର ସମସ୍ୟା ଦୂର ବୋଲି ଆଶା ପ୍ରକଟ କରିଛନ୍ତି ପଞ୍ଚାୟତବାସିନ୍ଦା ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
18 Panchayats of the inner city area will merge in Berhampur | Argus News