୬ ମାସରେ କଟକରୁ ଜବତ ହେଲାଣି ୧୮୦୦ କେଜି ସିଙ୍ଗିଲ ୟୁଜ ପ୍ଲାଷ୍ଟିକ୍

କଟକ: କଟକରେ ବହୁଳ ଭାବେ ବ୍ୟବହାର ହେଉଛି ସିଙ୍ଗିଲ ୟୁଜ ପ୍ଲାଷ୍ଟିକ । ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ନୂଆ ସରକାରଙ୍କ ବଡ଼ ଆକ୍ସନ । ଚଳିତବର୍ଷ କେବଳ ୬ ମାସ ମଧ୍ୟରେ କଟକ ଜିଲ୍ଲାରୁ ଜବତ ହେଲାଣି ୧୮୦୦ କେଜି ସିଙ୍ଗିଲ ୟୁଜ ପ୍ଲାଷ୍ଟିକ୍ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତରଫରୁ ୨୦୨୩-୨୪ ମସିହାରେ ୧୭୬ ଗୋଟି ପ୍ରମୁଖ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା ଦିଗରେ ପଦକ୍ଷେପ ନିଆଯାଇଛି ।
ଦୁଇଟି ଦର୍ଶନୀୟ ସ୍ଥଳୀ ଯଥା ଦାରିଙ୍ଗବାଡ଼ି, କନ୍ଧମାଳ ଏବଂ ଚନ୍ଦ୍ରଭାଗା, କୋଣାର୍କକୁ ପାଇଲଟ ପ୍ରୋଜେକ୍ଟ ରୂପେ ନିଆଯାଇଛି ଓ ପଲିଥୁନ ମୁକ୍ତ ପାଇଁ ସଚେତନ କରିବା ସଂଗେ ସଂଗେ ସ୍ଥାନୀୟ ଜନ ସାଧାରଣ, ସ୍କୁଲ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ବନ ବିଭାଗ ଓ ବେସରକାରୀ ଅନୁଷ୍ଠାନ (NGOs) ମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇଅଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତରଫରୁ ୧୬୨ ଗୋଟି ବୃହତ ଶିଳ୍ପ କାରଖାନାମାନଙ୍କୁ ସେମାନଙ୍କ ଆବାସିକ ତଥା ଶିଳ୍ପାଞ୍ଚଳଙ୍କୁ ପଲିଥିନ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।