Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଳସେଚନ ପ୍ରକଳ୍ପରେ ଅନିୟମିତ ଯୋଗୁଁ ହତାସ ୧୯ ପରିବାର

Odisha

ଜଳସେଚନ ପ୍ରକଳ୍ପରେ ଅନିୟମିତ ଯୋଗୁଁ ହତାସ ୧୯ ପରିବାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜଳସେଚନ ପ୍ରକଳ୍ପରେ ଅନିୟମିତ ଯୋଗୁଁ ହତାସ ୧୯ ପରିବାର

ଆଦିବାସୀଙ୍କ ଜୀବନ ଚାଷ । ମାତ୍ର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କେନାଲ ନିର୍ମାଣରେ ଅନିୟମିତ ଓ କର୍ତୃପକ୍ଷଙ୍କୁ ମାନମାନି ଯୋଗୁଁ ହତାସ ୧୯ ଆଦିବାସୀ ପରିବାର। ଏ ଯେଉଁ କେନାଲ କାର୍ଯ୍ୟ ହେଉଛି ଏହି କେନାଲ ୧୯ ଆଦିବାସୀ ପରିବାରର ଭାତହାଣ୍ଡି ଛଡେଇ ନେଇଛି। ଏହି ପଡ଼ିଆ ଜମୀରେ ମୂଲ୍ୟବାନ ଶହ ଶହ ଚନ୍ଦନ, ମହୁଲ, କୁସୁମ, ଲିମ୍ୱ ଆଦି ବୃକ୍ଷ ଥିଲା, ଏହି ବୃକ୍ଷର ଫଳ, ମୂଳ, ଫୁଲ ବିକ୍ରୀକରି ଆଦିବାସୀ ପରିବାରର ଗୁଞ୍ଜୁରାଣ ମେଣ୍ଟୁଥିଲା । କିନ୍ତୁ ପ୍ରଶାସନ ଏହି ଆଦିବାସୀ ମାନଙ୍କ ଜମିରେ, ବିନା ନୋଟିସରେ, ବିନା ଅବଗତରେ କେନାଲ ଖୋଳି ଦେଇଛନ୍ତି, ଯାହା ଫଳରେ ୧୯ଆଦିବାସୀ ପାରିବାର ହତାସ। ମୁଣ୍ଡରେ ହାତଦେଇ ବସିଛନ୍ତି।

ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ପାଟଗଡିଆ ଗାଁ ର । ରାସଗୋବିନ୍ଦପୁର ତହସିଲ ଅଧିନରେ ଥିବା ପାଟଗଡିଆ ମୈାଜା ର ଖାତା ନଂ ୧୦୧ ପ୍ଲଟ ନଂ ୨୫୯ ରେ ଥିବା ୬୦ଡେସିମିଲ୍ ଜାଗାରୁ ୩୩ଡେସିମିଲ୍ ଜାଗା ସୂବର୍ଣ ରେଖା କେନାଲ ପାଇଁ ଅଧିଗ୍ରହଣ କରିଛି । କିନ୍ତୁ ଏ ବାବଦରେ ଜମି ମାଲିକ ମାନଙ୍କୁ ବିଧିବଦ୍ଧ ଭାବେ କୌଣସି ନୋଟିସ କିମ୍ବା ସୂଚନା ନ ଦେଇ କେନାଲ ନିର୍ମାଣ କରାଯାଉଛି। ଯେତେବେଳେ ପରିବାରର ଲୋକେ ମହୁଲ ଗୋଟାଇବା ପାଇଁ ଆସି ଦେଖନ୍ତି ଜମି ଉପରେ ଥିବା ଶତାଧିକ ମହୁଲ, କୁସୁମ,ଚନ୍ଦନ, ଲିମ୍ବ ଆଦି ବହୁ ମୂଲ୍ୟବାନ ଗଛ ନଷ୍ଟ କରି କେନାଲ କାର୍ଯ୍ୟ ଚାଲିଛି । ଏହି ଜମିରେ ବିଭିନ୍ନ ଚାଷ କରି ପରିବାର ଚଳୁଥିଲା। ନୋଟିସ କିମ୍ବା କ୍ଷତିପୂରଣ ନ ଦେଇ ମନଇଚ୍ଛା କେନାଲ କର୍ତୁପକ୍ଷ କାଯ୍ୟ କରୁଛନ୍ତି , ଯାହାକୁ ନେଇ ୧୯ ଆଦିବାସୀ ପରିବାର ସୂବର୍ଣ ରେଖା କେନାଲ ନିର୍ମାଣ ରେ ଅନିୟମିତତା ଓ ପ୍ରଶାସନ ମନମାନି କରୁଥିବା ଅଭିଯୋଗ ଆଣିଛନ୍ତି।

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କତୃପକ୍ଷଙ୍କ ଏଭଳି ମାନମାନିକୁ ସାଧାରଣରେ ନିନ୍ଦା କରାଯାଇଛି। ତେବେ ଦେଖିବାକୁ ରହିଲା କେବେ ପ୍ରଶାସନ ଜମୀ ହରାଇଥିବା ଆଦିବାସୀ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ କ୍ଷତିପୂରଣ ଜଗାଇ ଦେବେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
19-families-in-distress-due-to-irregularities-in-irrigation-project | Argus News