Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମ୍ମାନିତ ହେବେ ଦକ୍ଷ ପୋଲିସ; ୬ ଜଣଙ୍କୁ ମିଳିବ ସାହସିକତା ଲାଗି ପୁରସ୍କାର

Odisha

ସମ୍ମାନିତ ହେବେ ଦକ୍ଷ ପୋଲିସ; ୬ ଜଣଙ୍କୁ ମିଳିବ ସାହସିକତା ଲାଗି ପୁରସ୍କାର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସମ୍ମାନିତ ହେବେ ଦକ୍ଷ ପୋଲିସ; ୬ ଜଣଙ୍କୁ ମିଳିବ ସାହସିକତା ଲାଗି ପୁରସ୍କାର

ଅର୍ଗସ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ଅବସରରେ ଦକ୍ଷ ପୋଲିସ କର୍ମଚାରୀ ସମ୍ମାନିତ ହେବେ । ଓଡ଼ିଶାର ୧୯ ଜଣ ଦକ୍ଷ ପୋଲିସ କର୍ମଚାରୀ ପାଇବେ ପୋଲିସ ପଦକ । ସାହସିକତା ପାଇଁ ଓଡ଼ିଶାର ୬ ପୋଲିସ କର୍ମଚାରୀ ସମ୍ମାନିତ ହେବେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ୨ ପୋଲିସ କର୍ମଚାରୀଙ୍କୁ ମିଳିବ ସମ୍ମାନ । ପ୍ରଶଂସନୀୟ ସେବା ପାଇଁ ଓଡ଼ିଶାର ୧୧ ପୋଲିସ କର୍ମଚାରୀ ସମ୍ମାନିତ ହେବେ ।


ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର । ଅଗ୍ନିଶମ ସେବାର ଜଣଙ୍କୁ ଉଲ୍ଲେଖନୀୟ ସେବା ଲାଗି ରାଷ୍ଟ୍ରପତି ପଦକ ମିଳିବ । ପ୍ରଶଂସନୀୟ ସେବା ଲାଗି ୩ ଜଣ ପୁରସ୍କୃତ ହେବେ । ଓଡ଼ିଶାର ଏସ୍‌ ଗିରୀଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ, ଉମେଶ ମୁଣ୍ଡା, କନଷ୍ଟେବଲ ପୀତାମ୍ବର ସତନାମି, କବି ଚନ୍ଦ୍ର ରାଉତ ଓ ସୁଶାନ୍ତ କୁମାର ସାଗରଙ୍କୁ ସମ୍ମାନ ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିଭଳି ଉଲ୍ଲେଖନୀୟ ସେବା ଲାଗି ପୋଲିସ ଏସ୍‌ପି ସରୋଜ କୁମାର ସାମଲ ଓ କନଷ୍ଟେବଲ ସତ୍ୟବାଦୀ ମଲ୍ଲିକ ସମ୍ମାନିତ ହେବେ ।

Sponsored
19 Police Personnel Of Odisha To Get Medal On Republic Day | Argus News