Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀର୍ଘଦିନ ଧରି ଛୁଟିରେ 196 ଡାକ୍ତର, କାର୍ଯ୍ୟାନୁଷ୍ଠାନ ନେବେ ସରକାର

Smruti Parija
Browse all articles by Smruti Parija
·1 year ago·1 min read
ଦୀର୍ଘଦିନ ଧରି ଛୁଟିରେ 196 ଡାକ୍ତର, କାର୍ଯ୍ୟାନୁଷ୍ଠାନ ନେବେ ସରକାର

ଅର୍ଗସ ବ୍ୟୁରୋ: ରାଜ୍ୟରେ ଡାକ୍ତର ମରୁଡି । ଖାଲି ପଡିଛି 1 ହଜାର 114 ସ୍ପେଶାଲିଷ୍ଟ ଡାକ୍ତର ଓ 5 ହଜାର 14 ଡାକ୍ତର ପଦବୀ। 30ଟି ଜିଲ୍ଲାର 375ଟି ସିଏଚସିରେ ଖାଲି ପଡିଛି ପଦବୀ । ଗଞ୍ଜାମରେ ସର୍ବାଧିକ 450 ଟି ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ମୟୁରଭଞ୍ଜରେ 309, ଖୋର୍ଦ୍ଧାରେ 12 ଓ କଟକରେ 281ଟି ପଦବୀ ଖାଲି ରହିଛି । 

ସେହିପରି ସ୍ପେଶାଲ ଡାକ୍ତର ପଦବୀରେ ମୟୁରଭଞ୍ଜ ଓ ଗଞ୍ଜାମରେ ସଂଖ୍ୟା ସର୍ବାଧିକ ରହିଛି । ମୟୁରଭଞ୍ଜ ଓ ଗଞ୍ଜାମରେ 87, ଖୋର୍ଦ୍ଧାରେ 29, କଟକରେ 43ଟି ଡାକ୍ତର ପଦବୀ ଖାଲି ପଡିଛି । ଗୃହରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସେପଟେ ଦୀର୍ଘ ଦିନ ଧରି ଛୁଟିରେ ଥିବା ଡାକ୍ତରଙ୍କ ଉପରେ ସରକାରଙ୍କ ଛାଟ । 196 ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ସରକାରୀ ନିୟମ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ କରିବେ ସରକାର । ବିଭିନ୍ନ କ୍ୟାଡରର 196 ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଦୀର୍ଘଦିନ ଛୁଟିରେ ଅଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
196 doctors on leave for long period, government will take action | Argus News