Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ,ରେଭେନ୍ସା ଆଗରେ

Odisha

ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ,ରେଭେନ୍ସା ଆଗରେ

Sangram Tripathy
Browse all articles by Sangram Tripathy
·1 year ago·1 min read
ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ,ରେଭେନ୍ସା ଆଗରେ


ଅଗର୍ସ ବ୍ୟରୋ :ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ବାଣିଜ୍ୟରେ ରେଭେନ୍ସା ଓ ରାଉରକେଲା ଏଚଏସଏସ ମିଳିତ ଭାବେ ରହିଛନ୍ତି ଶୀର୍ଷରେ । ରେଭେନ୍ସା ଜୁନିୟର କଲେଜରେ ବିଜ୍ଞାନରେ ୯୧.୫୦ପ୍ରତିଶତ କଟ୍ ଅଫ୍ ମାର୍କ ଥିବା ବେଳେ କଳାରେ ୭୫.୧୭ ଓ ବାଣିଜ୍ୟ ୭୭% ରହିଛି। ସେହିପରି ବିଜେବି କଲେଜରେ ବିଜ୍ଞାନରେ ୮୭% କଟ୍ ଅଫ୍ ମାର୍କ ଥିବା ବେଳେ କଳାରେ ୭୨% ଓ ବାଣିଜ୍ୟ ୭୦ ପ୍ରତିଶତ ରହିଛି।

 

ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ହେବ। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ ମେଧା ତାଲିକାରେ ପ୍ରକାଶ ପାଇଛି। ତେବେ ୪୯ ହଜାର ୬୧୧ ଜଣ ମେଧା ତାଲିକାରୁ ବାଦ ପଡ଼ିଛନ୍ତି। କଳାରେ ୨ ଲକ୍ଷ ୭୧ ହଜାର ୪୯୨, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ ଓ ବାଣିଜ୍ୟରେ ୨୪ ହଜାର ୩୫୪ ଜଣ ମନୋନୀତ ହୋଇଛନ୍ତି। ଅଗଷ୍ଟ ପହିଲାରୁ  ଆରମ୍ଭ ହେବ ପାଠପଢ଼ା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
1st cut off mark for number two, ahead of Revensa | Argus News