Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଡି ଚୋରି କରି ଗୋ ଚାଲାଣ କଲା ୨ କରିତକର୍ମା ଗିରଫ

Rashmita Mishra
Browse all articles by Rashmita Mishra
·1 year ago·1 min read
ଗାଡି ଚୋରି କରି ଗୋ ଚାଲାଣ କଲା ୨ କରିତକର୍ମା ଗିରଫ

Key Points

ଚୋରା ଗାଡ଼ିରେ ଗୋ ଚାଲାଣ
୧୦ ଗାଡି ଜବତ ସହ ୨ କରିତକର୍ମା ଗିରଫ
ଅଭିଯୁକ୍ତଙ୍କ ନାଁରେ ରହିଛି ୨୦ଟି ମାମଲା
ଗାଡି ଚୋରି ରାକେଟର ପର୍ଦ୍ଦାଫାସ କଲା ସ୍ପେଶାଲ ସ୍କ୍ବାଡ୍

ସୋମବାର, ଭୋର ୪ଟା । ଜଟଣୀ ରାସ୍ତାରୁ ସୁନ୍ଦରପଦା ଆଭିମୁଖେ ଆସୁଥିଲା ଏକ ଗୋରୁ ବୋଝେଇ ପିକ ଅଫ ଭ୍ୟାନ । ଖବର ପାଇ କିଛି ଯୁବକ ଗାଡିକୁ ଅଟକାଇବା ବେଳେ ଯୁବକଙ୍କ ଉପରକୁ ହୋଇଥିଲା ଢେଲାମାଡ଼ । ପରେ ଏୟାରଫିଲଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ ଗାଡି ସହ ୫ ଗୋରୁଙ୍କୁ ଉଦ୍ଧାର କରିଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ପରେ ଜଣାପଡିଥିଲା ଜବତ ଗାଡିଟି ଚୋରା ଗାଡ଼ି ବୋଲି । ଅଟକ ୨ ଯୁବକଙ୍କୁ ପଚରାଉଚରା ସହ ସ୍ପେଶାଲ ସ୍କ୍ବାର୍ଡ କରିଥିଲା ସ୍ପେଶାଲ ଅପରେସନ । ଆଉ ଦୁଇ ଦିନ ଭିତରେ ପୋଲିସ ହାତରେ ଧରପଡିଥିଲା ୧୦ ଟି ଚୋରା ଗାଡି ।

ରାତି ସମୟରେ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଅଞ୍ଚଳରେ ପାର୍କିଂ ହୋଇଥିବା ଗାଡିକୁ ମାଷ୍ଟର କି' ସାହାଯ୍ୟରେ ଖୋଲି ନେଇଯାଉଥିଲେ ଏମାନେ । ଆଉ ଚୋରା ଗାଡ଼ିରେ ଦୋନମ୍ବରି ଧନ୍ଦା ଚଳାଇଥିଲେ । ତେବେ ଗିରଫ ଦୁଇ ଜଣ ହେଲେ ପିପିଲି ଅଞ୍ଚଳର ଅର୍ମାନ ଶାହା ଓ ଇଫ୍ତିକାର ଆଲମ । ତେବେ ମୁଖ୍ୟ ଅଭିଯୁକ୍ତ ନାଁ ରେ ବଡଗଡ଼, ଲକ୍ଷ୍ମୀସାଗର, ମୈତ୍ରୀବିହାର, ଖଣ୍ଡଗିରି, କଟକ ସଦର, ଚାରିଛକ ଓ ଖୋର୍ଦ୍ଧା ସଦର ଥାନାରେ ୨୦ ରୁ ଉର୍ଦ୍ଧ୍ବ ମାମଲା ରହିଛି ।

ଗାଡିକୁ ଖଣ୍ଡ ଖଣ୍ଡ କରି କବାଡ଼ିଆରେ ବିକ୍ରି କରିଥିଲେ ଏହି ଚୋର ସର୍ଦ୍ଦାର। ଖୁବଶୀଘ୍ର କବାଡ଼ିଆ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଚୋରି ସିଣ୍ଡିକେଟ ର ପର୍ଦ୍ଦାଫାସ କରିବ ସ୍ପେଶାଲ ସ୍କ୍ବାର୍ଡ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2-arrested-for-stealing-vehicle-and-smuggling-cow | Argus News