ଟ୍ରକ୍ ଚଢ଼ାଇ 2 ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗ !

Key Points
2 ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗ । ସମ୍ବଲପୁରରେ ଟ୍ରକ୍ ଚଢ଼ାଇ 2 ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।
ସମ୍ବଲପୁର: 2 ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗ । ସମ୍ବଲପୁରରେ ଟ୍ରକ୍ ଚଢ଼ାଇ 2 ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । NH-53 ବୁର୍ଲା କଟାପାଲିଠାରେ କାର୍କୁ ଧକ୍କା ଦେଇଥିଲା ଟ୍ରକ୍ । ଯୋଜନାବଦ୍ଧ ହତ୍ୟା କରାଯାଇଥିବା ପରିବାରଲୋକଙ୍କ ଅଭିଯୋଗ ହୋଇଛି । ମୃତକ ବିଜେପି ଗୋଶାଲା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ । ଅନ୍ୟ ଜଣେ ବିଜେପି କର୍ମୀ ମୁରଲୀ ଛୁରିଆ ହୋଇଥିବା ସୂଚନା ରହିଛି । ଘଟଣାକୁ ଗୁରୁତର ନେଇ ତଦନ୍ତ ଚାଲିଥିବା କହିଲେ ସମ୍ବଲପୁର IG । ଧକ୍କା ଦେଇଥିବା ଟ୍ରକ୍କୁ ଅଟକ ରଖିଛି ବୁର୍ଲା ପୋଲିସ ।
କାର୍ ପଛରେ ପିଟିଲା ଟ୍ରକ୍ । 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2 ଆହତ । ସମ୍ବଲପୁର ଜିଲ୍ଲା NH-53 ବୁର୍ଲା କଟାପାଲିଠାରେ ବିଳମ୍ଵିତ ରାତିରେ ଘଟିଛି ସଡ଼କ ଦୁର୍ଘଟଣା । 2 ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଯୁବକ ବିଜେପି ଗୋଶାଲା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ । ଅନ୍ୟ ଜଣେ ମୃତକ ମୁରଲୀ ଛୁରିଆ ହୋଇଥିବା ସୂଚନା ରହିଛି ।
📱 Get Argus News App
✨ସେପଟେ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଘରୋଇ ହସ୍ପିଟାଲ ଏବଂ ବୁର୍ଲା ମେଡିକାଲ ଯାଇ ଆହତଙ୍କୁ ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ।