Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ମହାନଦୀରେ ବୁଡି ୨ ପିଲା ମୃତ

Rashmita Mishra
Browse all articles by Rashmita Mishra
·1 year ago·1 min read
କଟକ ମହାନଦୀରେ ବୁଡି ୨ ପିଲା ମୃତ

ମହାନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଯୋବ୍ରା ଅନିକଟ ରେ ଗାଧେଇବା ବେଳେ ପାଣି ରେ ବୁଡି ନଦୀକୂଳ ଅଞ୍ଚଳର ଦୁଇ ନାବାଳକ ମୃତୁବରଣ କରିଛନ୍ତି। ମଧ୍ୟାହ୍ନ ସମୟରେ ଘଟିଥିଲା ଏହି ଅଭାବନୀୟ ଘଟଣା। ସ୍ଥାନୀୟ ନଦୀକୂଳ ସାହି ର ୬ ଜଣ ଛାତ୍ର ମହାନଦୀ କୁ ଗାଧେଇବା ପାଇଁ ଆସିଥିଲା ବେଳେ । ହଟାତ ୪ ଜଣ ପାଣି ରେ ବୁଡିଯାଇଥିଲେ। ସେଥିରୁ ଦୁଇ ଜଣ ଙ୍କୁ ସ୍ଥାନୀୟ ଡ଼ଙ୍ଗା ଚାଳକ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା ବେଳେ ଦୁଇ ଜଣ ପାଣି ରେ ନିଖୋଜ ହୋଇଯାଇଥିଲେ ।


କିଛି ସମୟ ଖୋଜାଖୋଜି କରିବା ପରେ ଉଭୟ ସୋମ୍ୟରଂଜନ ବେହେରା , ଶ୍ରୀଶାନ୍ତ ଜେନାଙ୍କୁ ଅଚେତ ଭାବରେ ଉଦ୍ଧାର କରିଥିଲା ଟିମ । ସଙ୍ଗେସଙ୍ଗେ ଏସସିବି ମେଡିକାଲ ରେ ଭର୍ତି କରଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଗତ ବର୍ଷ ମାନଙ୍କରେ ମହାନଦୀ ର ଏହି ସ୍ଥାନ ରେ ଘିଟିଛି ଅନେକ ଘଟଣା। ଯେଉଁଟି ଅନେକ ପ୍ରାଣ ମଧ୍ୟ ଯାଇଛି। ତେଣୁ ବର୍ତ୍ତମାନ ରାଜ୍ୟ ସରକାର ଏହି ଅଞ୍ଚଳରେ ପୋଲିସ ମୁତୟନ କରିବା ସହ ନିଷେଧାଞ୍ଚଳ ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ।

Sponsored
2-children-drown-in-cuttack-mahanadi-dies | Argus News