Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାଣି ନାଁରେ ୨ କୋଟି ଲୁଟ୍

Odisha

ପାଣି ନାଁରେ ୨ କୋଟି ଲୁଟ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାଣି ନାଁରେ ୨ କୋଟି ଲୁଟ୍

ଆଦିବାସୀ ଅଧୁସିତ ମୟୁରଭଞ୍ଜ ବାମନଘାଟି ଉପଖଣ୍ଡ ଓଡ଼ିଶା ଝାରଖଣ୍ଡ ସୀମାନ୍ତ ସାତପୁରୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଜଳ କଷ୍ଟ ଦୂରକରିବା ପାଇଁ ରାଇରଙ୍ଗପୁର ପାନୀୟ ଜଳ ଓ ପଞ୍ଚାୟତ ରାଜ ଵିଭାଗ ଅଧୀନରେ ଦୀର୍ଘ ତିନି ବର୍ଷ ହେଲା ବସୁଧା ପ୍ରକଳ୍ପ ଆରମ୍ଭ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ ସୀମାନ୍ତ ଗ୍ରାମବାସୀଙ୍କୁ ମିଳି ପାରିଲାନି ବିଶୁଦ୍ଧ ପାନୀୟ ଜଳ। ଫଳରେ ଗାଁର 150 ରୁ ଅଧିକ ଆଦିବାସୀ ପରିବାର ମୁନ୍ଦାଏ ପାଣି ପାଇଁ ନୀତି ହନ୍ତସନ୍ତ ହେଉଛନ୍ତି।

ପାଖାପାଖି ୨ କୋଟି ବ୍ୟୟରେ ନିର୍ମିତ ହୋଇଛି ପ୍ରକଳ୍ପ। ମାତ୍ର ଲୋକଙ୍କ କାମରେ ଆସୁନି। କାମ ସରିନି ମାତ୍ର ସୂଚନା ଫଳକରେ ପ୍ରକଳ୍ପ କାର୍ଯ ସମାପ୍ତ ହୋଇଛି ବୋଲି ଦର୍ଶାଯାଇଛି । ଅନ୍ୟ ପକ୍ଷରେ ପ୍ରକଳ୍ପ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। କାରଣ ଟ୍ରାଏଲ ପାଇଁ ଟାଙ୍କି ଏବଂ ଜଳ ଭଣ୍ଡାର ରେ ଜଳ ଭରା ଯାଇଥିଲା କିନ୍ତୁ ସେହି ସମୟରେ ଜଳଭଣ୍ଡାରରେ ଜଳ ରହି ନଥିଲା ଏବଂ ଅଭାର ହେଡ଼ ଟାଙ୍କିରୁ ମଧ୍ୟ ପାଣି ଲିକ କରିଥଲା ।


ପରେ ପ୍ରକଳ୍ପ ମରାମତି କରିବା ବଦଳରେ କାମ ବନ୍ଦ କରି ଦେଇ ସମସ୍ତେ ଛୁ। ଏପଟେ ଘରକୁ ଘର ହୋଇଥିବା ପାଇପ ସଂଯୋଗ ର ପାଇପ ପୁରୁଣା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପ୍ରକଳ୍ପ ନାଁରେ ଖର୍ଚ୍ଚ ହେଲା କୋଟିକୋଟି ଟଙ୍କା। ମାତ୍ର ଲୋକ ପାଉ ନାହାନ୍ତି ଏହାର ଲାଭ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2-crore-looted-in-the-name-of-water | Argus News