Plus Two Exam Form Fillup Postponed / ବାତ୍ୟା ଯୋଗୁଁ ଘୁଞ୍ଚିଲା ଫର୍ମ ଫିଲ-ଅପ୍ ତାରିଖ, ପଢ଼ନ୍ତୁ ପୂରା ଖବର...

Key Points
ଆଙ୍କୁଲି ପଞ୍ଚାୟତ ତିତିରିସିଙ୍ଗି ନିକଟରେ ମାଟି ଅତଡ଼ା ଖସି ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ମୋନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ ଘୁଞ୍ଚିଲା । ଅକ୍ଟୋବର ୨୮ରେ ଶେଷ ହେଉଥିଲା ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ । କିନ୍ତୁ ବାତ୍ୟା ପ୍ରଭାବ ପାଇଁ ଅନେକ କଲେଜରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିନାହାନ୍ତି । ଏନେଇ କଲେଜ ଗୁଡିକରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନିଷ୍ପତ୍ତି ନିଆଯାଇଛି ।
ଏହାସହ UG, PG, B.Ed, M.Ed, LLB ଏବଂ Integrated B.Ed, M.Edର ସ୍ପଟ ଆଡମିସନ ତାରିଖରେ ପରିବର୍ତ୍ତନ କରାଯାଇଛି । ୩୦ ତାରିଖରେ ଫିଜିକାଲ ରିପୋର୍ଟିଂ, ୧ ତାରିଖରେ ମେରିଟ ଲିଷ୍ଟ ଓ ନଭେମ୍ବର ୩ରୁ ୬ ତାରିଖ ଯାଏ ଆଡମିସନ ଚାଲିବ ।
ଏଥର ବାତ୍ୟାରେ ନା ବେଶୀ ପବନ ହେଲା ନା ବର୍ଷା । ତଥାପି ଅନେକ କ୍ଷୟକ୍ଷତି ସାମ୍ନାକୁ ଆସିଛି । ଗଜପତି ଜିଲ୍ଲାରେ ଭୟଙ୍କର ତାଣ୍ଡବ ରଚିଛି ବାତ୍ୟା । ଆର୍. ଉଦୟଗିରି ବ୍ଳକ ଅନଘା ପଞ୍ଚାୟତରୁ ସାମ୍ନାକୁ ଆସିଥିବା ଏ ଦୃଶ୍ୟ ଯେତିକି ବିପଜ୍ଜନକ ସେତିକି ଚିନ୍ତାଜନକ । ପାହାଡ଼ରୁ ବିରାଟ କାୟ ପଥର ସବୁ ରାସ୍ତା ଉପରେ ଖସିବା ଫଳରେ ପୁରା ଠପ୍ ହୋଇଯାଇଛି ଯାତାୟାତ। ଗଜପତି ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ପ୍ରଶାସନ ଓ NDRF ଟିମ୍ ପହଞ୍ଚି ପଥର ହଟାଇବାକୁ କରିଛନ୍ତି ଉଦ୍ୟମ।
ବଙ୍ଗୋପସାଗରରୁ ସୃଷ୍ଟ ଏହି ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ ଓ ପରବର୍ତ୍ତୀ ସମୟରେ ହୋଇଥିବା ପ୍ରବଳ ବର୍ଷାର ବିକଳ ଚିତ୍ର ଗଂଜାମଜିଲ୍ଲା ଧରାକୋଟ ବ୍ଲକରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଏଠାରେ ଚାଷୀମାନେ ବ୍ୟାପକ ଫସଲ କ୍ଷତି ସାମ୍ନା କରିଛନ୍ତି। ଚାଷୀମାନଙ୍କର ଖେତରେ ଥିବା ଧାନ ଏବଂ ବଗିଚାରେ ଥିବା ପନିପରିବା ନଷ୍ଟ ହୋଇଛି। ଧାନଖେତରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ବଗିଚାରେ ପନିପରିବା ନଷ୍ଟ ହୋଇଛି। ପରିବା ଗଛ ପଚିବା, ଫୁଲ ଝଡ଼ିବା ଭଳି ସମସ୍ୟା ଉପୁଜିଛି।
ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା ହୋଇ ଜଳବନ୍ଦୀ ହୋଇଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନ । ପଦ୍ମତୋଳା ନାଳରେ ପାଣି ଶହ ଶହ ଏକ ଚାଷ ଜମି ଜଳମଗ୍ନ ହୋଇଛି । କେଶରୀପଡ଼ାକୁ ହୋଇଛି ଯୋଗାଯୋଗ ବିଚ୍ଛିନ୍ନ । ବୋରିବାଡ ଅଙ୍ଗନୱାଡି କେନ୍ଦ୍ର ଓ ବହୁ ସରକାରୀ ଅଫିସ୍ କ୍ୟାମ୍ପସରେ ଜମି ରହିଛି ପାଣି। ଆଙ୍କୁଲି ପଞ୍ଚାୟତ ତିତିରିସିଙ୍ଗି ନିକଟରେ ମାଟି ଅତଡ଼ା ଖସି ଯାତାୟାତ ବାଧାପ୍ରାପ୍ତ ହୋଇଛି ।
📱 Get Argus News App
✨Related Topics
Explore more stories