ଫେବୃୟାରି ୧୮ରୁ ମାର୍ଚ୍ଚ ୨୭ ଯାଏଁ +2 ପରୀକ୍ଷା

ଯୁକ୍ତ ୨ ପରୀକ୍ଷା ନେଇ ଆଜି ସରିଛି ପ୍ରସ୍ତୁତି ବୈଠକ। ଆଜି ବୈଠକର ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟ ଶାସନ ସଚିବ। ଦିନ ୧୦ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଛି ଆଲୋଚନା। ସବୁ ଜିଲ୍ଲାପାଳ, ଏସପି, ଭୁବନେଶ୍ଵର-କଟକ ପୋଲିସ କମିଶନର, ପରୀକ୍ଷା ପରିଚାଳନା ହବ ସୁପର ଭାଇଜର ଙ୍କ ସହିତ କରିଛନ୍ତି ଆଲୋଚନା। ଆସନ୍ତା ୧୮ ତାରିଖରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା।
ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ଯାଏଁ ଚାଲିବ ପରୀକ୍ଷ । ଦୁଇ ପରୀକ୍ଷା ନେଇ ପ୍ରେସମିଟ୍ କରିଛି CHSE । ପରୀକ୍ଷା ସୁରୁଖୁରୁ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ପରୀକ୍ଷା ଚାଲିବ । ଦିବ୍ୟାଙ୍ଗ ପାଇଁ ୪ଘଣ୍ଟାର ପରୀକ୍ଷା ରହିବ । ପରୀକ୍ଷାକୁ ନେଇ ଯେଉଁମାନେ ଗୁଜବ ସୃଷ୍ଟି କରିବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ।
📱 Get Argus News App
✨ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ୫ ସ୍ତରୀୟ ସ୍କ୍ୱାଡ୍ ପରୀକ୍ଷା ତଦାରଖ କରିବେ । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ରହିବ । ପ୍ରତି ପରୀକ୍ଷା କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ରହିବ । ପ୍ରଶ୍ନପତ୍ର ବିଭ୍ରାଟ ଯେଭଳି ନହେବ ତାହାକୁ ଗୁରୁତ୍ୱ ଦେଉଛି ବୋର୍ଡ । ତାହାସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି ।ମୋଟ୍ ୩ଲକ୍ଷ ୯୩ହଜାର ୬୧୮ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ ।
