Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ଦାନାର କ୍ଷୟକ୍ଷତି ସମୀକ୍ଷା ପାଇଁ  2ଜଣିଆ ସେଣ୍ଟ୍ରାଲ ଟିମ

Rashmita Mishra
Browse all articles by Rashmita Mishra
·1 year ago
ବାତ୍ୟା ଦାନାର କ୍ଷୟକ୍ଷତି ସମୀକ୍ଷା ପାଇଁ  2ଜଣିଆ ସେଣ୍ଟ୍ରାଲ ଟିମ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ସର୍କିଟ ହାଉସରେ  2ଜଣିଆ ସେଣ୍ଟ୍ରାଲ ଟିମ । ବାତ୍ୟା ଦାନାର କ୍ଷୟକ୍ଷତି ସମୀକ୍ଷା ପାଇଁ ଯିବେ ରାଜନଗର ବ୍ଲକ ତାଳଚୁଆ ଟିକାୟତନଗର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ । ସର୍କିଟ ହାଉସରେ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ପରେ ରାଜନଗର ଗସ୍ତ କରିବେ 2ଜଣିଆ କେନ୍ଦ୍ରୀୟ ଟିମ । 

ସେପଟେ ଭଦ୍ରକରେ ପହଞ୍ଚିଲେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ । ଭଦ୍ରକରେ ନୂତନ ପ୍ରଦକ୍ଷଣ ଗୃହରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ଦୁଇ ଜଣିଆ କେନ୍ଦ୍ରୀୟ ଟିମ ଧାମରା ଅଞ୍ଚଳକୁ ଯାଇ ବାତ୍ୟାର କ୍ଷୟକ୍ଷତି ଆକଳନ କରିବେ । ପରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2-member central team to review cyclone damage | Argus News