ଛାତ୍ରୀ ଓ ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ପ୍ରଫେସର ନିଲମ୍ବିତ

Key Points
ଛାତ୍ରୀ ଓ ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗ
ଭିସୁଟର ୨ ପ୍ରଫେସର ନିଲମ୍ବିତ
ବୋର୍ଡ ଅଫ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତି କ୍ରମେ ଭିସୁଟ କର୍ତ୍ତୃପକ୍ଷ କରିଛନ୍ତି ନିଲମ୍ବନ
ଛାତ୍ରୀ ଓ ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗ । ଭିସୁଟର ୨ ପ୍ରଫେସର ନିଲମ୍ବିତ । ବୋର୍ଡ ଅଫ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତି କ୍ରମେ ଭିସୁଟ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି । ୨ ନିଲମ୍ବିତ ପ୍ରଫେସର ହେଲେ ପ୍ରଡକ୍ସନ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଦେବବ୍ରତ ଧୁପାଲ ଓ ଗଣିତ ବିଭାଗର ଆସୋସିଏଟ ପ୍ରଫେସର ଡ. ମହେନ୍ଦ୍ର କୁମାର ଜେନା । ମେ ମାସରେ ଗଣିତ ବିଭାଗର ଛାତ୍ରୀ ଜଣକୁ ପ୍ରଫେସତ ଡ ମହେନ୍ଦ୍ର କୁମାର ଜେନା ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ପ୍ରଫେସର ଦେବବ୍ରତ ଧୁପାଲ ଜଣେ ଅସ୍ଥାୟୀ ସହକର୍ମୀ ଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।
ସେପଟେ ଗତକାଲି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଭିସୁଟ୍ ପକ୍ଷରୁ ନୂଆ ଡ୍ରେସ କୋର୍ଡ ଲାଗୁ କରାଯାଇଥିଲା । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଲାଗୁ ହୋଇଛି । ୨୦୨୫-୨୦୨୬ ବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ଏଥିରେ ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯାଇଛି । ପୁଅଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ୍ ଓ ସାର୍ଟ ରହିଥିବାବେଳେ ଝିଅଙ୍କ ପାଇଁ ସଲଓ୍ବାର କମିଜ୍ ସହ ଓ୍ବେଷ୍ଟକୋଟ୍ ବାଧ୍ୟତାମୂଳକ କରାଯାଇଛି ।
📱 Get Argus News App
✨ସୁରକ୍ଷା ଦୃଷ୍ଟିରୁ ଝିଅଙ୍କ ପାଇଁ ଦୁପଟା ବା ଓଢଣୀ ବାରଣ ରହିଛି । ପ୍ୟାଣ୍ଟ୍, ସାଲଓ୍ବାର ଓ ଓ୍ବେଷ୍ଟକୋଟର ରଙ୍ଗ ନେଭି ବ୍ଲୁ ଓ ସାର୍ଟର ରଙ୍ଗ ବ୍ଲୁ ରହିବ ବୋଲି କୁହାଯାଇଛି ।