ଡଙ୍ଗା ବୁଡ଼ି ଦୁଇ ପୁଅଙ୍କର ମୃତ୍ୟୁ, ମାଆ ନିଖୋଜ
·1 year ago

Key Points
ମାଛ ମାରିବାକୁ ଯାଇ ବୁଡିଗଲେ ଦୁଇ ପୁଅ
ମାଆ ନିଖୋଜ
ଅଳ୍ପକେ ବର୍ତ୍ତିଯାଇଛନ୍ତି ବାପା
ଦେବଗଡ କୁଣ୍ଢେଇଗୋଳା ଥାନା ତଲେଇସର ନିକଟ ରେଙ୍ଗାଳି ଜଳଭଣ୍ଡାରରେ ଅଘଟଣ । ଡଙ୍ଗା ବୁଡ଼ି ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିବାବେଳେ ମା' ନିଖୋଜ ଥିବା ଜଣାପଡିଛି । ସେପଟେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବାପା । ଜଳଭଣ୍ଡାର ଭିତରକୁ ମାଛ ମାରି ଯାଇଥିବା ବେଳେ ଅଘଟଣ ଘଟିଛି । ଦୁଇ ନାବାଳକ ପୁଅ ସହ ବାପା ଓ ମା' ମାଛ ମାରିବାକୁ ଯାଇଥିବା ବେଳେ ବୁଡ଼ିଗଲା ଡଙ୍ଗା । ଦୁଇ ନାବାଳକ ପୁଅର ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଏବେ ବି ନିଖୋଜ ମହିଳାଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ମାଛ ମାରିବାକୁ ଯାଇ ଗୋଟିଏ ପରିବାର ଛାରଖାର ହୋଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ଜଳଭଣ୍ଡାର ନିକଟରେ ଅନେକ ଲୋକ ରୁଣ୍ଢ ହୋଇଥିବା ଦେଖିବାକୁ ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: