|
logo
Live

Argus News - ଗାଧୋଇବା ବେଳେ ଅଘଟଣ , ପାଣିରେ ବୁଡି ୨ ଛାତ୍ର ମୃତ

Odisha

ଗାଧୋଇବା ବେଳେ ଅଘଟଣ , ପାଣିରେ ବୁଡି ୨ ଛାତ୍ର ମୃତ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଗାଧୋଇବା ବେଳେ ଅଘଟଣ , ପାଣିରେ ବୁଡି ୨ ଛାତ୍ର ମୃତ

ଚମ୍ପୁଆ ଥାନା ସରେଇ ଗାଁ ନିକଟ କେଶରୀକୁଣ୍ଡ ବୈତରଣୀ ନଦୀରେ ଅଘଟଣ । ଆଠ ଜଣ ଛାତ୍ର ଆଜି ସାଙ୍ଗହୋଇ ନଦୀକୁ ଗାଧୋଇ ବାକୁ ଯାଇଥିବା ବେଳେ ଦୁଇ ଛାତ୍ର ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ମଧ୍ୟରୁ ଜଣେ ଚମ୍ପୁଆ କେରଲା ଇଂଲିଶ ମିଡିୟମ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ନୀତିଶ ପୋଦାର । ଅନ୍ୟଜଣେ ବଡବିଲର ପ୍ରିତମ ମହାନ୍ତ । ସୂଚନା ଅନୁସାରେ ଏମାନେ ଚମ୍ପୁଆ ରାମଲା ସ୍ଥିତ ଏକ ମେସରେ ରହି ପାଠ ପଢୁଥିଲେ । ଆଜି ଗୁଡ୍ ଫ୍ରାଇଡେ ପାଇଁ ସ୍କୁଲ ଛୁଟି ରହିଥିବାବେଳେ, ଏମାନେ ସାଙ୍ଗହୋଇ କେଶାରୀକୁଣ୍ଡ ଯାଇଥିଲେ ।


ତେବେ ସେଠାରେ ବୈତରଣୀରେ ଗାଧୋଇବାବେଳେ, ଏହି ଦୁଃଖଦ ଘଟଣା ଘଟିଥିଲା । ୩ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଉଥିଲା ବେଳେ, ଜଣେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । ତାଙ୍କୁ ଅନ୍ୟ ସାଙ୍ଗମାନେ ଉଦ୍ଧାର କରିଥିଲେ । ପରେ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରି ଚମ୍ପୁଆ ମେଡିକାଲ କୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏମାନକୁଂ ଚମ୍ପୁଆ ଡାକ୍ତର ଖାନା ଅଣାଯାଇଥିଲା l ଖବର ପାଇ ପରିବାର ଲେlକ ଚମ୍ପୁଆ ଡାକ୍ତର ଖାନାରେ ପହଞ୍ଚି ଥବା ବେଳେ ଡାକ୍ତର ଖାନା ପରିସରରେ ଶେlକାକୁଳ ପରିବେଶ ସୣଷ୍ଟି ହେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗାଧୋଇବା ବେଳେ ଅଘଟଣ , ପାଣିରେ ବୁଡି ୨ ଛାତ୍ର ମୃତ | Argus News