Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fraud Husband / ଠକ ସ୍ଵାମୀର ପର୍ଦ୍ଦାଫାଶ , ସ୍ଵାମୀକୁ ଗିରଫ ଦାବିରେ ଥାନାରେ ୨ ସ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ଠକ ସ୍ଵାମୀର ପର୍ଦ୍ଦାଫାଶ , ସ୍ଵାମୀକୁ ଗିରଫ ଦାବିରେ ଥାନାରେ ୨ ସ୍ତ୍ରୀ

Key Points

ଠକ ସ୍ଵାମୀର ପର୍ଦ୍ଦାଫାଶ
ଥାନାରେ ହାଜରେ ହେଲେ ୨ ସ୍ତ୍ରୀ
ଟଙ୍କା ନେଇ ଉଭୟଙ୍କୁ ଦେଉଥିଲେ ନିର୍ଯାତନା
ସ୍ତ୍ରୀଙ୍କର ନଗ୍ନ ଭିଡିଓ ଭାଇରାଲ କରିବାକୁ ଦେଉଥିଲେ ଧମକ

ପହଞ୍ଚିଛନ୍ତି ୨ ସ୍ତ୍ରୀ । ଉଭୟ ସ୍ଵାମୀର କଳା କାରନାମାର ପର୍ଦ୍ଦାଫାଶ କରିଛନ୍ତି । ଜଣକୁ ବିବାହ କରି ଡିଭୋର୍ସ ନଦେଇ ଅନ୍ୟ ଜଣକୁ ବିବାହ କରିଥିଲେ ସ୍ଵାମୀ । ପୁଣି ଟଙ୍କା ଲୋଭରେ ଦେଉଥିଲେ ଧମକ ଆଉ ଶାରିରୀକ ନିର୍ଯାତନା । ଆହୁରି ଅନେକ ବିବାହ କରି ସ୍ତ୍ରୀଙ୍କୁ ଲୁଚାଇ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଦ୍ଵିତୀୟ ସ୍ତ୍ରୀ ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚୁନିଦା ବଳଭଦ୍ରପୁର ଗାଁର ସୀତାଂଶୁ ଶେଖର ସାହୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ଅଞ୍ଚଳର ଅଞ୍ଜନା ବାରିକ ନାମକ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ ବିବାହର ୪ ଦିନ ପରେ ଆରମ୍ଭ ହୋଇଯାଇଥିଲା ଶଶୁର ଘର ଲୋକଙ୍କର ଯୌତୁକ ନିର୍ଯାତନା । ବୋହୁକୁ ମାରପିଟ କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିବା କହିଛନ୍ତି ପ୍ରଥମ ସ୍ତ୍ରୀ । ଏମିତି ମାରପିଟ ପରେ ସେ ସ୍ଵାମୀଙ୍କ ସହ ବ୍ୟାଙ୍ଗଲୋର ଚାଲି ଯାଇଥିଲେ । ହେଲେ ସ୍ଵାମୀ ମଧ୍ୟ ସେଠାରେ ତାଙ୍କୁ ଅନେକ ଥର ମାରିଦେବାପାଇଁ ଉଦ୍ୟମ କରିଥିଲେ । ଆଉ ଅଭିଯୋଗ କଲେ ନଗ୍ନ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲେ ।

ଅଧିକ ପଢନ୍ତୁ : ସ୍ତ୍ରୀଙ୍କ ଅଜବ ଜିଦ୍ ! ପତ୍ନୀ ରଖିଲେ ଶାରୀରିକ ସମ୍ପର୍କ, କ୍ଷତିପୂରଣ ଦିଅ ଦୁଇ କୋଟି ଟଙ୍କା...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମ ସ୍ତ୍ରୀ ସେଠାରୁ ଚାଲିଆସି ନିଜ ଘରେ ରହିବା ପରେ ସୀତାଂଶୁ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ନଦେଇ ସଞ୍ଜନା ସାହୁ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କର ପରିବାର ଲୋକମାନେ ଧାମରା ଅଞ୍ଚଳରୁ ଜମି ବିକ୍ରି କରି ଝିଅ କୁ ବିବାହ କରିଥିଲେ । ହେଲେ ବିବାହ ପରେ ସ୍ଵାମୀ ସୀତାଂଶୁ ଦ୍ଵିତୀୟ ସ୍ତ୍ରୀଙ୍କ ଠାରୁ ସୁନା ଗହଣା ନେଇ ବନ୍ଧା ପକାଇଥିଲେ । ତାଙ୍କର ଗୋଟେ ୯ ମାସର ଝିଅ ଥିବାବେଳେ ଉଭୟ ମା ଝିଅଙ୍କୁ ନିର୍ଯାତନା ଦେଉଥିବା କହିଛନ୍ତି ସଞ୍ଜନା । ଏଥିସହ ସୀତାଂଶୁଙ୍କର ଆହୁରି ମଧ୍ୟ ସ୍ତ୍ରୀ ଥିବା ଅଭିଯୋଗ କରିଛନ୍ତି ଦ୍ଵିତୀୟ ସ୍ତ୍ରୀ ।

ତେବେ ଭରଣପୋଷଣର ଦାୟିତ୍ଵ ନନେଇ ବିନା ଡିଭୋର୍ସରେ କିପରି ଆଉ ଜଣଙ୍କୁ ବିବାହ କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀ । ସେପଟେ ବାରମ୍ବାର ନିର୍ଯାତନା ଦେବା ସହ ନଗ୍ନ ଫଟୋ ଭାଇରାଲ କରାଯିବା ଅଭିଯୋଗରେ ଦ୍ଵିତୀୟ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ଏସିପିଙ୍କୁ ଭେଟି ଉଭୟ ମହିଳା ଠକ ସ୍ଵାମୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

Related Topics

Explore more stories

Sponsored
2 wife at police station demanding husband's arrest | Argus News