Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ୨ଜଣ ଯୁବକ ଗିରଫ

Ritu Das
Browse all articles by Ritu Das
·1 year ago·1 min read
କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ୨ଜଣ ଯୁବକ ଗିରଫ

Key Points

ପୁଣି ଜଗନ୍ନାଥଙ୍କୁ ଅସମ୍ମାନ

କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ୨ଜଣ ଯୁବକ ଗିରଫ

ପୁଣି ଜଗନ୍ନାଥଙ୍କୁ ଅସମ୍ମାନ। କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ପୋଖରୀରେ ଛାଡ଼ିବା ଘଟଣାରେ ୨ଜଣ ଯୁବକ ଗିରଫ ହୋଇଛନ୍ତି। ଏନେଇ କୋର୍ଟ ଚାଲାଣ କଲା ବନଖଣ୍ଡ ବିଭାଗ । ବରଗଡ଼ ଜିଲ୍ଲା ବିଜେପୁର ର ଆଶିଷ ମେହେରଙ୍କ ଫେସବୁକ୍ ଆକାଉଣ୍ଟରେ ଫେସବୁକ୍ ରିଲ୍ ଭିଡ଼ିଓରେ ବନ୍ୟ ପ୍ରାଣୀ ଆଇନ୍ ଉଲ୍ଲଂଘନର ଅଭିଯୋଗ ହୋଇଥିଲା। ରାଜ୍ୟର Cheif Wildlife Wardenଙ୍କୁ ଅଭିଯୋଗ କଲେ ସ୍ନେକ୍ ହେଲା ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଭିଡ଼ିଓରେ ଏକ Indian Flap Shell Turtleକୁ ଧରି, ତା ପିଠିରେ ରଙ୍ଗ ତୂଳୀରେ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଆଙ୍କି, ସେଇ ରଙ୍ଗ ଥାଇ ପାଣିରେ ଛାଡ଼ିବା ଦୃଶ୍ୟ ଦେଖା ଯାଉଛି ।


ଏଇ କଇଁଛ ବନ୍ୟ ପ୍ରାଣୀ ଆଇନରେ Schedule 1 ତାଲିକାରେ ସଂରକ୍ଷିତ। ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ପାଇଁ ଶୁଭେନ୍ଦୁ ମଲ୍ଲିକ ଚିଫ୍ ୱାଇଲ୍ଡ ଲାଇଫ ୱାର୍ଡେନଙ୍କୁ ଅନୁରୋଧ କରିଥିଲେ । ଏହି ଚିଠିର ଏକ ନକଲ ୱାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଦେଇଛନ୍ତି । ଏହି ଘଟଣାରେ ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଆଶିଷ ମେହେର ଏବଂ ଅବିନାଶ ବଗର୍ତ୍ତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବରଗଡ଼ ଡିଏଫଓ ବିକ୍ରମ ଦେବ ପଟ୍ଟନାୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2-youths-arrested-for-drawing-jagannath-on-turtles-back | Argus News