Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଂଗୀତା ପିଙ୍ଗୁଆଙ୍କ ବିରୋଧରେ ଅନାସ୍ଥା ଭୋଟ

Odisha

ସଂଗୀତା ପିଙ୍ଗୁଆଙ୍କ ବିରୋଧରେ ଅନାସ୍ଥା ଭୋଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସଂଗୀତା ପିଙ୍ଗୁଆଙ୍କ ବିରୋଧରେ ଅନାସ୍ଥା ଭୋଟ

ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ । ବିଜେଡି ପୌରାଧ୍ୟକ୍ଷାଙ୍କ ବିରୋଧରେ ବିଜେଡି କାଉନସିଲର ଆଣିଛନ୍ତି ଅନାସ୍ଥା । ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ବିରୋଧରେ ହେବ ଅନାସ୍ଥା ଭୋଟ । ଗତ ମାର୍ଚ୍ଚ ୧୨ ତାରିଖରେ ପୌର ପରିଷଦର ମୋଟ ୨୬ ଜଣ ସଦସ୍ୟଙ୍କ ମଧ୍ୟରୁ ୨୦ ଜଣ କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପାଇଁ ଫେରାଦ ହୋଇଥିଲେ l ସେପଟେ ସୋସିଆଲ ମିଡିଆରେ ଅନାସ୍ଥାକୁ ନେଇ ମୁହଁ ଖୋଲିଛନ୍ତି ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ l କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ତାଙ୍କ ବିରୋଧରେ ଏକ ସୁପରିକଳ୍ପିତ ଷଡଯନ୍ତ୍ର ରଚିଥିବା ଅଭିଯୋଗ କରିଛନ୍ତି l


ଏଥିରେ କେବଳ ପାରିଷଦମାନଙ୍କୁ ମୋହରା କରାଯାଇଛି l ବିଜେଡି ସୁପ୍ରିମୋ ତାଙ୍କୁ ଅନୁସୂଚିତ ଜନଜାତି ସଂରକ୍ଷଣ ଆସନରେ ପ୍ରାର୍ଥୀ ଭାବରେ ଚୟନ କରିଥିଲେ l ଏବେ କୋରେଇ ନିର୍ବାଚନ ମଣ୍ଡଳୀ ଏକାଧିକ ନେତୃତ୍ୱ ଦ୍ଵାରା ପରିଚାଳିତ ହେତୁ ଏଭଳି ଅସ୍ଥିରତା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ଅଧ୍ୟକ୍ଷା l ସହରର ସ୍ବାର୍ଥ ଦୃଷ୍ଟିରୁ ପ୍ରଭାବିତ ନହୋଇ ପରିଷଦମାନେ ଅନାସ୍ଥା ଭୋଟରେ ଅଧ୍ୟକ୍ଷାଙ୍କୁ ସମର୍ଥନ ଦେବାକୁ ସେ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20-councillors-bring-vote-of-move-no-confidence-motion-against-vyasanagar-mayor-sangita-pingua | Argus News