Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍କୁଲରୁ ଉଦ୍ଧାର ହେଲା ୨୦ ଫୁଟ ଲମ୍ବା ଅହିରାଜ ସାପ

Odisha

ସ୍କୁଲରୁ ଉଦ୍ଧାର ହେଲା ୨୦ ଫୁଟ ଲମ୍ବା ଅହିରାଜ ସାପ

Swoyang prajna Mishra
Browse all articles by Swoyang prajna Mishra
·1 year ago
ସ୍କୁଲରୁ ଉଦ୍ଧାର ହେଲା ୨୦ ଫୁଟ ଲମ୍ବା ଅହିରାଜ ସାପ

ସ୍କୁଲରୁ ଉଦ୍ଧାର ହେଲା ୨୦ ଫୁଟ ଲମ୍ବା ଅହିରାଜ ସାପ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି l ଗଞ୍ଜାମ ଚିକିଟିରୁ ସ୍ନେକ ହେଲ୍ପଲାଇନର ସଦସ୍ୟ ମାନେ ସ୍କୁଲ ପରିସରରୁ ସାପଟିକୁ ଉଦ୍ଧାର କରିଛନ୍ତି। ଗତକାଲି ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀ ଗୃହ ଭିତରକୁ ସାପଟି ପଶି ଆସିଥିଲା।


ସ୍କୁଲର କର୍ମଚାରୀ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରେଣୀଗୃହର କବାଟ ବନ୍ଦ କରିଦେଇଥିଲେ। ପ୍ରାୟ ତିନି ଘଣ୍ଟା ପରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରିଛନ୍ତି। ୨୦ ଫୁଟ ଲମ୍ବା ଅହିରାଜକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମାଇଥିଲେ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20-foot-long king cobra snake rescued from school | Argus News