Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା-ଛତିଶଗଡ଼ ସୀମାରେ 3 ଦିନରେ 20, ସପ୍ତାହରେ ନିପାତ ହେଲେଣି 39 ମାଓବାଦୀ

Smruti Parija
Browse all articles by Smruti Parija
·1 year ago·2 min read
ଓଡ଼ିଶା-ଛତିଶଗଡ଼ ସୀମାରେ 3 ଦିନରେ 20, ସପ୍ତାହରେ ନିପାତ ହେଲେଣି 39 ମାଓବାଦୀ

Key Points

ନକ୍ସଲ ଧ୍ବଂସ ପାଇଁ ଓଡ଼ିଶା-ଛତିଶଗଡ଼ ପୋଲିସର ବଡ଼ ଅପରେସନ
3 ଦିନରେ 20, ସପ୍ତାହରେ ନିପାତ ହେଲେଣି 39 ମାଓବାଦୀ
ବିଜାପୁରରେ ମାଓ ତାଲିମ ଶିବିର ଧ୍ବଂସ କଲେ ସୁରକ୍ଷା ବାହିନୀ
ନକ୍ସଲ ବିରୋଧୀ ଲଢ଼େଇର ସଫଳତା ଭିତରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ
ଯବାନଙ୍କୁ ମିଳୁଥିବା ସ୍ବତନ୍ତ୍ର ଭତ୍ତା 8ରୁ25 ହଜାର ଟଙ୍କାକୁ ବୃଦ୍ଧି
ମାଓବାଦୀଙ୍କ ବିରୋଧରେ ସମ୍ମୁଖ ଯୁଦ୍ଧ ଲଢୁଥିବା ଯବାନଙ୍କର ବଢ଼ିବ ଆତ୍ମବିଶ୍ବାସ
ଅମିତ୍ ଶାହ ଦେଇଛନ୍ତି ଟାର୍ଗେଟ୍, 2026 ମାର୍ଚ୍ଚ ସୁଦ୍ଧା ମାଓବାଦ ହେବ ସମୂଳେ ବିନାଶ

ଅର୍ଗସ ବ୍ୟୁରୋ: ଓଡ଼ିଶାର ନୂଆପଡା ସୀମାନ୍ତ ଓ ପଡ଼ୋଶୀ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା କୁଲହରିଘାଟ ଚାଲିଥିବା ମାଓ ବିରୋଧୀ ଅପରେସନରେ 3 ଦିନରେ ନିପାତ ହେଲେଣି 20ରୁ ଅଧିକ ନକ୍ସଲ । ୟା ଭିତରେ ଯବାନଙ୍କ ମନୋବଳ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା । ଯବାନଙ୍କୁ ମିଳୁଥିବା ସ୍ବତନ୍ତ୍ର ଭତ୍ତା 8ରୁ25 ହଜାର ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେପଟେ ସୁରକ୍ଷା ବାହିନୀଙ୍କୁ ମିଳିଚାଲିଛି ଗୋଟିଏ ପରେ ଗୋଟିଏ ବଡ଼ ସଫଳତା । ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ଏକ ତାଲିମ ଶିବିରକୁ କବଜା କରିଛନ୍ତି ସୁରକ୍ଷା କର୍ମୀ ।


ବିଜାପୁର ଜିଲ୍ଲା ଭଟ୍ଟିଗୁଡ଼ା ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲ ଭିତରେ ନକ୍ସଲ ସ୍ଥାପନ କରିଥିଲେ ଏହି ହାଇଟେକ୍ ତାଲିମ ଶିବିର। CRPF କୋବ୍ରା ଯବାନ ମାନେ ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ କରିବାବେଳେ ଲାଲ୍ ରଙ୍ଗର ଏହି ତାଲିମ ଶିବିରକୁ ଠାବ କରିଥିଲେ । ନକ୍ସଲଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଏଠି ରହିଛି ଆକାଶକୁ ଛୁଇଁଲା ଭଳି ବଡ ବଡ ଗଛ । କଂକ୍ରିଟ୍ ବାରାକ୍ ଓ କୁଡ଼ିଆ ଘର ବି ତିଆରି ହୋଇଥିଲା। ଶିବିର ଭିତରେ ଥିବା ପକ୍କା ଘର ଓ ମାଓବାଦୀଙ୍କ ସ୍ମାରକ ଭାଙ୍ଗି ଦେଇଛନ୍ତି ସୁରକ୍ଷାବାହିନୀ । ସେହି ବିଜାପୁରର ପିଡ଼ିଆ ଅଞ୍ଚଳରୁ 8ଟି IED ଜବତ କରିଛନ୍ତି ଯବାନ। ପ୍ରତ୍ୟେକ IEDର ଓଜନ ଥିଲା 5 କେଜି।

ଗରିଆବନ୍ଧରେ ଏବେ ବି ଜାରି ରହିଛି DRG, STF ଓ କୋବ୍ରା ଯବାନଙ୍କ ଏନକାଉଣ୍ଟର । ଗତ 3 ଦିନରେ ଯବାନଙ୍କ ଗୁଳିରେ ଟଳିଥିବା 20 ମାଓବାଦୀଙ୍କ ମଧ୍ୟରୁ 16 ଜଣଙ୍କର ମୃତଦେହ ମିଳିଛି । ଏମାନଙ୍କ ମଧ୍ୟରେ ଅଛି ଟପ୍ ମାଓନେତା ଜୟୀରାମ । ରାମଚନ୍ଦ୍ର ରେଡ୍ଡୀ ଓରଫ ପ୍ରତାପ ରେଡ୍ଡୀ ଓରଫ ଆପ୍ପା ରାଓ ଓରଫ ରବି ଜୟରାମ ଓରଫ ଚଲପତି । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରିଚୟ । 3 ରାଜ୍ୟର ମାଓ ସଂଗଠନର ସୂତ୍ର ଧର ଥିଲା ଜୟରାମ। ତେଲୁଗୁ, ହିନ୍ଦୀ, ଓଡ଼ିଆ ଓ ଇଂରାଜୀ ଭାଷାରେ ପାରଙ୍ଗମ। ଗୋଟିଏ ରାଜ୍ୟରେ ରହି ଅନ୍ୟ ରାଜ୍ୟରେ ମାଓ ହମଲା ପାଇଁ ପ୍ରସ୍ତୁତ କରୁଥିଲା ବ୍ଲୁ ପ୍ରିଣ୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନୟାଗଡ଼ ଥାନା ଆକ୍ରମଣ ହେଉ କି IAS ଭିନିଲ କ୍ରିଷ୍ଣା ଅପହରଣ, ସବୁଥିରେ ଥିଲା ଚଲପତିର ହାତ। ଓଡିଶାରେ ନୂଆ ମାଓବାଦୀ ସୃଷ୍ଟି କରିବା ଓ ତାଲିମ ଦେବା ଥିଲା ତାର ମୁଖ୍ୟ କାମ। କିଛି ଦିନ ତଳେ ଛତିଶଗଡରେ ସୁରକ୍ଷା କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଗ୍ରାଉଣ୍ଡ ଅପରେସନ ଚଲପତି କରିଥିବା ସୂଚନା ମିଳିଛି। ଓଡିଶାରେ ପୋଲିସ ଗୁଳିରୁ ଦୁଇ ତିନି ଥର ବର୍ତ୍ତିବା ପରେ ଛତିଶଗଡ ସୀମାରେ ରହୁଥିଲା ଚଲପତି । ସେ ନିହତ ହେବା ମାଓ ସଂଗଠନ ପାଇଁ ବଡ଼ ଝଟକା।


2016 ପୂର୍ବରୁ ଦଣ୍ଡକାରଣ୍ୟର ଇନଚାର୍ଜ ଥିଲା ଚଲପତି । ମାଲକାନଗିରି ଓ କୋରାପୁଟରେ ବଡ଼ ଧରଣର ମାଓ ଏନକାଉଣ୍ଟର ପରେ ଚଳପତି ଓ ତାର ସ୍ତ୍ରୀ ଅରୁଣାକୁ ଓଡିଶା ଦାୟିତ୍ୱ ଦିଆଯାଇଥିଲା। 2018 ରେ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ହତ୍ୟା କରି ମାଓ ସଂଗଠନକୁ ପୁଣି ସୁଦୃଢ କରିଥିଲା ଜୟୀରାମ ।

Sponsored
20 Maoists killed in 3 days, 39 in a week on Odisha-Chhattisgarh border | Argus News