Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆହୁରି ୨୦ଟି ସାଇବର ଥାନା ଅଧିକ ଖୋଲାଯିବ: ଡିଜିପି

Odisha

ଆହୁରି ୨୦ଟି ସାଇବର ଥାନା ଅଧିକ ଖୋଲାଯିବ: ଡିଜିପି

Rashmita Mishra
Browse all articles by Rashmita Mishra
·1 year ago·1 min read
ଆହୁରି ୨୦ଟି ସାଇବର ଥାନା ଅଧିକ ଖୋଲାଯିବ: ଡିଜିପି

Key Points

ରାଜ୍ୟରେ ସାଇବର ଅପରାଧର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ
ଓଡ଼ିଶାରେ ଖୋଲିବ ସାଇବର କ୍ରାଇମ କମାଣ୍ଡ ସେଣ୍ଟର
ଥାନାଗୁଡ଼ିକରେ ୬ ଜଣ ଲେଖାଏଁ ସାଇବର ବିଶେଷଜ୍ଞଙ୍କୁ ଦିଆଯିବ ନିଯୁକ୍ତି

ରାଜ୍ୟରେ ସାଇବର ଅପରାଧ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ତେଣୁ ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡିଶା ପୋଲିସ । ଓଡ଼ିଶାରେ ଖୋଲିବ ସାଇବର କ୍ରାଇମ କମାଣ୍ଡ ସେଣ୍ଟର । ପୂର୍ବରୁ ରାଜ୍ୟରେ 14ଟି ସାଇବର ଥାନା ଥିବା ବେଳେ ଆହୁରି 20ଟି ସାଇବର ଥାନା ଅଧିକ ଖୋଲାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି । ଏହି ଥାନାଗୁଡିକ ପାଇଁ 6 ଜଣ ଲେଖାଏଁ ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ । ଯେଉଁଥିରେ ଦୁଇଜଣ IT ବିଶେଷଜ୍ଞ, ଦୁଇ ଜଣ ଆକାଉଣ୍ଟ ବିଶେଷଜ୍ଞ, ଏବଂ ଦୁଇ ଜଣ ସାଇବର ଆଇନ ପରାମର୍ଶଦାତାଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ 14ଟି ସାଇବର ଥାନାର ଅଧିକାରୀଙ୍କୁ ନେଇ 4 ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20-more-cyber-police-stations-to-be-opened-dgp | Argus News