Videos
|
Odisha

ବାସି ଅବଢା ବିକିଲେ ସଙ୍ଗେ ସଙ୍ଗେ ଆକ୍ସନ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବାସି ଅବଢା ବିକିଲେ ସଙ୍ଗେ ସଙ୍ଗେ ଆକ୍ସନ !

Key Points

  • ବାସି ଅବଢା ବିକିଲେ ସଙ୍ଗେ ସଙ୍ଗେ ଆକ୍ସନ
  • ବର୍ଷ ବର୍ଷ ଧରି ଭକ୍ତଙ୍କୁ ଭୂଆଁ ବୁଲାଉଛନ୍ତି ଅସାଧୁ ବେପାରୀ
  • ଏଣିକି ଏକ୍ସ ଆର୍ମିଙ୍କ ଦାୟିତ୍ଵରେ ରହିବ ଆନନ୍ଦବଜାର

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର । ଶ୍ରୀଜିଉଙ୍କ ଦର୍ଶନ କରିବା ଲାଗି ଲକ୍ଷଲକ୍ଷ ଭକ୍ତ ନିଇତି ଶ୍ରୀକ୍ଷେତ୍ରରେ ଗସ୍ତରେ ଆସନ୍ତି . ସମସ୍ତଙ୍କ ମନରେ ଗୋଟିଏ ଅଭିଳାଷା ଥାଏ କେମିତି ରତ୍ନସିଂହାସନରେ ମହାବାହୁଙ୍କ ଦର୍ଶନ କରିବେ ଏବଂ ଆନନ୍ଦବଜାରରେ ବସି ମହାପ୍ରସାଦ ପାଇବେ । ହେଲେ ଅନେକ ସମୟରେ ଅଭିଯୋଗ ହୋଇଛି କି ଭକ୍ତଙ୍କୁ ବାସୀ ଭୋଗ ଦେଇ ଠକୁଛନ୍ତି ଅସାଧୁ ବେପାରୀ । ଯଦି କିଏ ଏହାକୁ କିଏ ବିରୋଧ କଲା କଥା ସରିଲା । କିଏ କାହାକୁ ନାଲିଆଖି ଦେଖାଇଲାଣି ତ ଆଉ କିଏ କର୍ଲର ଧରିଲାଣି । ତେଣୁ ଯେଉଁ ଗଣ୍ଡାଏ ମିଳିଲା ତାହାକୁ ଖାଇ ଭକ୍ତ ଫେରିଆସେ । ହେଲେ ଏବେ ସେମିତି ହେବନି । କାରଣ କେମିତି ଭଲରେ ଭକ୍ତ ଅବଢା ପାଇବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା ।  

ଶ୍ରୀମନ୍ଦିରକୁ ନେଇ ସବୁବେଳେ ଚର୍ଚ୍ଚା । କାରଣ କେମିତି ମନ୍ଦିରରେ ଶୃଙ୍ଖଳିତ ବ୍ୟବସ୍ଥା ହେବ ସେନେଇ ପ୍ରଶାସନ ବି ଅନେକ ପଦକ୍ଷେପ ନେଉଛି । ଏହାରି ଭିତରେ ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଶୃଙ୍ଖଳିତ କରିବାକୁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ । ସେମାନେ ବିଶୃଙ୍ଖଳାକାରୀଙ୍କୁ ଜଗିବା ସହ ଚୋରି ଓ ପକେଟମାରଙ୍କ ଉପରେ ବି ନଜର ରଖିବେ ।

ଶ୍ରୀମନ୍ଦିର ଓଏସଡିଙ୍କ ସୂଚନା ଅନୁସାରେ- ଏଥିପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା। ପିଏସଆଇପିଏଲ୍ ନାମକ ଏକ ଘରୋଇ ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ଆସନ୍ତା ୩୦ ତାରିଖ ସୁଦ୍ଧା ଏହି ପଦବୀ ପୂରଣ ହେବ ଓ ସେପଟେମ୍ବର ପହିଲାରୁ ଆକ୍ସନ ମୋଡ୍‌କୁ ଆସିବେ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋଡ୍ ରହିବ ଏବଂ ପ୍ରଶିକ୍ଷଣ ବି ଦିଆଯିବ। ସ୍ୱୀକୃତିପ୍ରାପ୍ତ ସେବକଙ୍କ ବାଦ୍ କିଏ ଆନନ୍ଦ ବଜାରରେ ଅବଢ଼ା ବିକ୍ରି କଲେ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମନ୍ଦିର ବାହାରେ ପ୍ରସ୍ତୁତ କୌଣସି ଦ୍ରବ୍ୟ ଯେମିତିକି ଖଜା, କ୍ଷୀରା ଓ ରାବିଡ଼ି ଯେମିତି ଆନନ୍ଦବଜାରକୁ ନଆସେ ତାକୁ ବି ଜଗିବେ । 

ସେପଟେ, ଆନନ୍ଦ ବଜାରରେ ଶୃଙ୍ଖଳା ଆସିଲେ- ଏଣିକି କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାର ମାନେ ହିଁ ମହାପ୍ରସାଦ ବିକ୍ରି ପାଇଁ ଅଧିକୃତ ରହିବେ। ଦରକାର ପଡିଲେ ସେମାନଙ୍କୁ ପରିଚୟପତ୍ର ଦେବ ଶ୍ରୀମନ୍ଦିର ପ୍ରଶାସନ। ସେପଟେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବାର ସୁଯୋଗ ପାଇବା ଆଶାରେ ଥିବା ପୂର୍ବତନ ସେନା କର୍ମଚାରୀ ବି ବେଶ୍ ଉତ୍ସାହିତ । ମୋଟ୍‌ ଉପରେ ନୂଆ ସରକାର ଆସିବା ପରେ ଫୋକସରେ ଶ୍ରୀମନ୍ଦିର ରହିଛି । ତେଣୁ ଆଗାମୀ ଦିନରେ କେମିତି ମନ୍ଦିରରେ ବ୍ୟବସ୍ଥା ଶୃଙ୍ଖଳିତ ହେଉଛି ତାହା ଦେଖିବାକୁ ବାକି ରହିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: