Videos
|
Odisha

ବାହାନଗାରେ ବଡ଼ ଅଘଟଣ, ୨୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

Banajyotshna Ray
Browse all articles by Banajyotshna Ray
·12 months ago·1 min read
ବାହାନଗାରେ ବଡ଼ ଅଘଟଣ, ୨୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

Key Points

ପୁଣି ବାହାନଗାରେ ଘଟିଛି ବଡ଼ ଅଘଟଣ।

୨୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ସମସ୍ତ ଛାତ୍ରୀ ମେଡିକାଲରେ ଭର୍ତ୍ତି

ପୁଣି ବାହାନଗାରେ ଘଟିଛି ବଡ଼ ଅଘଟଣ। ୨୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କଲ୍ୟାଣି ସ୍ଥିତ ନିଗମାନନ୍ଦ ସ୍ମୃତି ବିଦ୍ୟାପୀଠରେ ୨୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ। ଗୁରୁତର ଅବସ୍ଥାରେ ଗୋପାଳପୁର ମେଡିକାଲରେ ଭର୍ତ୍ତି l ପ୍ରାର୍ଥନା ସମୟରେ ହଠାତ ଜଣଙ୍କ ପରେ ଜଣେ ପିଲା ଅଚେତ ହୋଇ ତଳେ ପଡ଼ି ଯାଇଥିଲେ l ସଙ୍ଗେ ସଙ୍ଗେ ଶିକ୍ଷକମାନେ ପିଲାମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ l କିଛି ପିଲା ଗୁରୁତର ଥିବାରୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଛାତି ଯନ୍ତ୍ରଣା ସହ ଅଚେତ ହେବାରୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l 


ବର୍ତ୍ତମାନ ସମସ୍ତ ଛାତ୍ରୀଙ୍କର ଚିକିତ୍ସା ଚାଲିଛି। କେଉଁ କାରଣ ପାଇଁ ଏପର ହେଲା ବୋଲି ଅଭିଭାବକମାନେ ପ୍ରଶ୍ନ କରୁଥିବାବେଳେ ଯଥାଶୀଘ୍ର ଏହାର ତଦନ୍ତ କରାଯିବ ବୋଲି କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

20-students-fall-unconscious-in-bahanaga-undergoing-treatment | Argus News