Videos
|
Odisha

ନୂଆନୂଆ ଜିନିଷ ଦେଖି ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ନୂଆନୂଆ ଜିନିଷ ଦେଖି ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ

ଫେବୃଆରୀ ୨୨ ତାରିଖ ଠାରୁ ଭୁବେନଶ୍ବର ଜନତା ମୈଦାନରେ ଆରମ୍ଭ ହୋଇଛି ସୁଭଦ୍ରା ଶକ୍ତିମେଳା । ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଏବଂ ବଜାର ସହିତ ସଂଯୋଗ କରିବା ଲକ୍ଷ୍ୟ ନେଇ ଆୟୋଜିତ ମେଳାରେ ପ୍ରଥମ ଦିନରୁ ହିଁ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମେଳାରେ ୭୦୦ ରୁ ଅଧିକ ଏସଏଚଜି ଗ୍ରୁପ ୩୦୦ ଷ୍ଟଲରେ ନିଜ ସାମଗ୍ରୀର ପସରା ମେଲାଇଛନ୍ତି।


ଏହି ମେଳା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ କଳାକୃତି, ମିଲେଟ୍ ଓ ଅର୍ଗାନିକ ଉତ୍ପାଦ, ବିଭିନ୍ନ ଖାଦ୍ୟ ସାମଗ୍ରୀ, ଟେରାକୋଟା, ବାଉଁଶ ଶିଳ୍ପ ଆଦି ଉତ୍ପାଦ ସ୍ଥାନ ପାଇଛି। ୨୦୦ ରୁ ଅଧିକ ପ୍ରକାରର ସାମଗ୍ରୀର ପ୍ରଦର୍ଶନ କରାଯାଉଛି। ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ଆମ ଐତିହ୍ୟ ଏବଂ ପରମ୍ପରାକୁ ନେଇ ମନ ମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର କାର୍ଯ୍ୟକ୍ରମ ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହିଳା ଉଦ୍ୟୋଗୀଙ୍କଠାରୁ ବିଭିନ୍ନ ପ୍ରକାରର ହାତ ତିଆରି ଉତ୍ପାଦ କିଣାକିଣି ପରିବାର ସୁଯୋଗ ମିଳିବ। ସୁଭଦ୍ରା ଶକ୍ତି ମେଳା ମହିଳା ଉଦ୍ୟୋଗିତା ଏବଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଏକ ଭବ୍ୟ ସମାରୋହ।


ଗତକାଲି କାର୍ଯ୍ୟକ୍ରମର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଓଡ଼ିଶାରେ ବିଜେପି ସରକାରକୁ ଆସିବା ପରେ ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଆସନ୍ତା ତିନି ବର୍ଷ ମଧ୍ୟରେ ''ଲକ୍ଷପତି ଦିଦି'' ଯୋଜନା ଅଧିନରେ ୨୫ ଲକ୍ଷ ''ଲକ୍ଷପତି ଦିଦି'' ସୃଷ୍ଟି ହେବେ ।


୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକର ଋଣର ସୁଧ ଫେରସ୍ତ କରାଯିବ। ରାଜ୍ୟର ୩ ଲକ୍ଷରୁ ଅଧିକ ଏସଏଚଜିକୁ ୧୦ ଲକ୍ଷ ଟଙ୍କା ଋଣର ସୁଧ ବାବଦରେ ୩୦୦ କୋଟି ଫେରାଇ ଦିଆଯିବ। ସେହିଭଳି ସୁଭଦ୍ରା ଶକ୍ତିମେଳାକୁ ନେଇ କହିଛନ୍ତି ଏ ମେଳା କେବଳ ଏକ ସାଧାରଣ ପ୍ରଦର୍ଶନୀ ନୁହେଁ, ଏହା ଆମ ଓଡ଼ିଶାର ମା ଭଉଣୀ ଓ ଝିଅ ମାନଙ୍କର ସପଳତାର କାହାଣୀ। ମହିଳା ସଶକ୍ତିକରଣ କେବଳ ଏ ସ୍ଲୋଗାନ ନୁହେଁ ଏକ ଆନ୍ଦୋଳନ।


ସେହିଭଳି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ମା ଭଉଣୀ ମାନେ ନିରନ୍ତର ପ୍ରୟାସ କଲେ ୨୦୩୬ ପୂର୍ବରୁ ଆମେ ବିକଶିତ ଓଡ଼ିଶା ଗଠନ କରିବାରେ ଆମେ ସକ୍ଷମ ହୋଇପାରିବା।


ସୁଭଦ୍ରା ସହ ଖୁବ୍‌ ଶୀଘ୍ର ଯୋଡି ହେବାକୁ ଯାଉଛି କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ, କୁହ ସୁଭଦ୍ରା, ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ୍, ସୁଯୋଗ୍ୟ ସୁଭଦ୍ରା ଭଳି ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯିବ।