ସରକାରଙ୍କ ଫୋକସରେ ଯୁବ ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ

ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ଏଥର ବଜେଟରେ ସରକାର ଜନ କଲ୍ୟାଣ ପାଇଁ ଆଣିପାରନ୍ତି ଯୋଜନା । ଲକ୍ଷ୍ୟ 2036 ର ବିକଶିତ ଓଡିଶା । ପୂର୍ବରୁ ରାଜ୍ୟ ବଜେଟ୍ ଥିଲା ଖଣି ଆଧାରିତ । ଏଥର କୃଷି, ଟୁରିଜିମ୍, ସର୍ଭିସ ସେକ୍ଟରକୁ ଦେଇପାରନ୍ତି ଗୁରତ୍ବ । ପ୍ରତିବର୍ଷ ବଜେଟର ଆକାର ବଢୁଛି କିନ୍ତୁ ଏହା ମହାପ୍ରଭୁ ଜଗନ୍ନାଥ ଦେଇଥିବା ଖଣି ଆଧାରିତ, ସରକାର ଧନୀ, ହେଲେ ଲୋକଙ୍କ ପାଖକୁ ଯାଉନି ପଇସା । ଏଥର ଉତ୍କର୍ଷ ଓଡିଶାର ଆଧାରରେ ହୋଇପାରେ ବଜେଟର ରୁପରେଖ ।
ଆକଳନ ଅନୁସାରେ ଏଥର 2 ଲକ୍ଷ 80 ହଜାର କୋଟି ଟପିପାରେ ରାଜ୍ୟ ବଜେଟ୍ । ସରକାରଙ୍କ ଫୋକସରେ ଯୁବ ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ବ । ଆସନ୍ତା 17 ତାରିଖରେ ବିଧାନସଭାରେ ଆଗତ ହେବ 205-26 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବିଜେଟ୍ । ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉପସ୍ଥାପନ କରିବେ ବଜେଟ୍।
ସେପଟେ ଏବେଠୁ ପେପରଲେସ୍ ହେଲା ବିଧାନସଭା । ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ । ବିଧାନସଭାରେ 147 ବିଧାୟକଙ୍କ ଆସନରେ ଲାଗିଛି ଟ୍ୟାବ୍ । ଆଉ ପ୍ରଶ୍ନୋତ୍ତର କିମ୍ବା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେନି ବିଧାୟକ । ନେଭା ତରଫରୁ ହୋଇଛି ଏହି ବ୍ୟବସ୍ଥା ।
📱 Get Argus News App
✨ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସିବ ବଜେଟ୍ । ତେବେ ନୂଆ ସରକାର ଆସିବା ପରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି । କେନ୍ଦ୍ର ଅନୁଦାନ କେତେ ଆସିବ ଏବଂ ରାଜ୍ୟ ସରକାରଙ୍କ ବଜେଟର ରୂପରେଖ କିଭଳି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ଫେବ୍ରୁଆରୀ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବାକୁ ଥିବାବେଳେ ଫେବ୍ରୁଆରୀ ୨୨ ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ । ମାର୍ଚ୍ଚ ୭ ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ତେବେ ସମୁଦାୟ 28 ଦିନ କାର୍ଯ୍ୟ ଦିବସ ରହିଛି । ତେବେ ବିଧାନସଭା ଅଧିବେଶନ ସମୟରେ ଉଭୟ ଶାସକ ଏବଂ ବିରୋଧି ଭାଗ ନେବେ । କେଉଁ ବିଭାଗ ପାଇଁ କେତେ ଟଙ୍କା ଦିଆଯାଉଛି ଏବଂ କେତେ ଗୁରୁତ୍ବ ଦିଆଯାଉଛି ସେନେଇ ତର୍ଜମା ହେବ ।
