Videos
|
Odisha

Panchayat Election / ୨୦୨୭ ଜନଗଣନା ପରେ ଏପ୍ରିଲରେ ପଂଚାୟତ ନିର୍ବାଚନ ପାଇଁ ବାହାରିବ ବିଜ୍ଞପ୍ତି

Bikash Mohanty
Browse all articles by Bikash Mohanty
·2 weeks ago·2 min read
୨୦୨୭ ଜନଗଣନା ପରେ ଏପ୍ରିଲରେ ପଂଚାୟତ ନିର୍ବାଚନ ପାଇଁ ବାହାରିବ ବିଜ୍ଞପ୍ତି
Election

Key Points

ଆସନ୍ତା ଏପ୍ରିଲରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି
ଜୁନ ସୁଦ୍ଧା ପଂଚାୟତ ନିର୍ବାଚନ ସାରିବାକୁ ପ୍ରସ୍ତୁତି
ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ
ଭୁବନେଶ୍ବର, ୧୦/୦୭: ୨୦୨୭ ଜନଗଣନା ପରେ ଏପ୍ରିଲରେ ପଂଚାୟତ ନିର୍ବାଚନ ପାଇଁ ବାହାରିବ ବିଜ୍ଞପ୍ତି । ଜୁନ ସୁଦ୍ଧା ପଂଚାୟତ ନିର୍ବାଚନ ସାରିବାକୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆରଡିସି ଓ ଜିଲ୍ଲାପାଳ ମାନଙ୍କ ସହ ପୂର୍ବରୁ ବୈଠକ ସରିଛି । ଆସନ୍ତା ୨୧ରେ ପୁଣି ଆଭାସି ମାଧ୍ୟମରେ ବୈଠକ ବସିବ । ନିର୍ବାଚନ ପୂର୍ବରୁ ପ୍ରଥମ ଥର ଡୋର ଟୁ ଡୋର ସର୍ଭେ ହେବ । ବୁଥ ୱାରି ସର୍ଭେ ହେବ । ଗୋଟିଏ ବୁଥରେ ବିଭିନ୍ନ ଅଂଚଳର ଭୋଟର ରହିଯାଉଛନ୍ତି । ସେଥିପାଇଁ ଭୋଟର ଟର୍ଣ୍ଣଆଉଟ କମୁଛି । ସର୍ଭେ ପରେ ଅପଡେଟ ତଥ୍ୟ ବାହାରିବ । ବୁଥ ୱାରି ଭୋଟର ଲିଷ୍ଟ ବାହାରିବ । ବୁଥର ସବୁ ଭୋଟର ତାଙ୍କରି ବୁଥରେ ହିଁ ଭୋଟ ଦେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାସ।

୨୦୨୭ରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ । RDC ଓ ଜିଲ୍ଲାପାଳଙ୍କ ସହିତ ବୈଠକ ହୋଇଛି । ୨୧ ତାରିଖରେ ରୁଟିନ୍ ବୈଠକ ହେବ । ECIଙ୍କ ଇଲେକ୍ଟୋରାଲ ରୋଲ୍କୁ ୱାର୍ଡ ୱାରି ଭାଗ କରାଯାଇ ନିର୍ବାଚନ ହୁଏ । ଆଗରୁ ଏହା ଟେବୁଲ୍ ଉପରେ ତିଆରି ହେଉଥିଲା । ଏଥର କିନ୍ତୁ ଡୋର୍ ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ । ୬୭୯୪ ପଞ୍ଚାୟତରେ ୯୧୯୩୦ ୱାର୍ଡ ବା ବୁଥ୍ ରହିଛି।

ପଢନ୍ତୁ ଏହି ଖବର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

ସେପଟେ, ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ରେ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ଓସୱାନ (OSWAN) ପ୍ଲାଟଫର୍ମ ମାଧ୍ୟମରେ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା ଓ ସମୀକ୍ଷା କରାଯିବ :
ଘରକୁ ଘର ବୁଲି ସର୍ଭେ : ୨୦୨୭ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୁଥ୍ ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରସ୍ତାବିତ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିବେ

ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ପୌର ନିର୍ବାଚନର ନୋଡାଲ ଅଫିସର), ସମସ୍ତ ERO ଓ AERO ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ବିଭିନ୍ନ ସେକ୍ସନର ଡେପୁଟି କଲେକ୍ଟର କିମ୍ବା ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଜେଡି ପଞ୍ଚାୟତ ନିର୍ବାଚନ ଯାଏଁ ଥିବ କି ନାହିଁ ସନ୍ଦେହ. ଆଗରୁ ଦଳ କାରେ ଦେଇଥିଲେ ଏବେ ଭଡାରେ ନେତ୍ରୀ ଆଣିଛନ୍ତି। ନିର୍ବାଚନ କମିଶନ ଏକ ସମ୍ଭିଧାନିକ ପଦବୀ ସେ ତାଙ୍କର କାମ କରୁଛନ୍ତି. ଆମ ସଭାପତି ବହୁ ପୂର୍ବରୁ ପଞ୍ଚାୟତ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଶାସକ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
2027 Panchayat Election: Notification Likely in April After Census | Argus News