Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁଡୁକି ଘାଟିରୁ ଅଟୋ ସହ ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

Ritu Das
Browse all articles by Ritu Das
·2 years ago·1 min read
କୁଡୁକି ଘାଟିରୁ ଅଟୋ ସହ ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ଅର୍ଗସ ବ୍ୟୁରୋ: ଫିରିଙ୍ଗିଆ ଅଞ୍ଚଳରେ ଗୋଟିଏ ପଟେ ପୋଲିସ ଓ ଅବକାରୀ ବିଭାଗ ଗାଁ ଗାଁ ରେ ଗଞ୍ଜେଇ କଟା ଅଭିଯାନ ଆରମ୍ଭ କରି ଗଞ୍ଜେଇ ନଷ୍ଟ ଅଭିଯାନ ଜୋରସୋର କରିଥିବା ବେଳେ ଏହାର ସୁଯୋଗ ନେଇ ମାଫିଆ ମାନେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳୁଛି l ଫିରିଙ୍ଗିଆ ପୋଲିସ ପୁଣି ଅଟୋ ସହ ୨୨ କେଜି ୨ଶହ  ଗ୍ରାମ ଗଞ୍ଜେଇ ଜବତ କରିବା ସହ ଚାଲାଣ କରୁଥିବା ୨ ଜଣ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି l ସମ୍ପୃକ୍ତ ୨ ଜଣ ଅଭିଯୁକ୍ତ ହେଲେ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଥାନା ଅଞ୍ଚଳର। 

ସୂଚନା ଅନୁସାରେ ଫିରିଙ୍ଗିଆ ପୋଲିସ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇଥିଲା l ପରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗୋଟିଏ ଟିମ ଡିଣ୍ଡିରାଗାଁ ପଞ୍ଚାୟତର କୁଡୁକି ଘାଟି ରାସ୍ତା  ନିକଟରେ ଜଗି ରହିଥିବା ବେଳେ ଫିରିଙ୍ଗିଆ ପଟୁ ଫୁଲବାଣୀ ଆଡକୁ ଯାଉଥିବା ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା l 

ଘଟଣାସ୍ଥଳରେ ଚାଲାଣ ହେଉଥିବା ଗଞ୍ଜେଇ ସହ ଅଟୋ ଏବଂ ୨ ଜଣ ଗଞ୍ଜେଇ ଚାଲାଣକାରୀକୁ ଅଟକ ରଖିଥିଲେ l ପରେ ଫିରିଙ୍ଗିଆ ଥାନାକୁ ଆଣି ପଚରାଉଚରା କରିବା ପରେ ଗଞ୍ଜେଇ ଫିରିଙ୍ଗିଆରୁ ଭୁବନେଶ୍ୱର ଚାଲାଣ ହେଉଥିବା ଅଭିଯୁକ୍ତ ମାନେ ସ୍ୱୀକାର କରିଥିଲେ l  ତେବେ ଫିରିଙ୍ଗିଆ ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁଙ୍କଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
22 kg ganja seized | Argus News