Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ

Key Points

ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ
ମାଲକାନଗିରି ସୀମାନ୍ତ ନାରାୟଣପୁରରେ କଲେ ଆତ୍ମସମର୍ପଣ
ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୧୪ ଜଣ ପୁରୁଷ ଏବଂ ୮ ଜଣ ମହିଳା

ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁରରେ କଲେ ଆତ୍ମସମର୍ପଣ । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୧୪ ଜଣ ପୁରୁଷ ଏବଂ ୮ ଜଣ ମହିଳା ମାଓବାଦୀ ଅଛନ୍ତି । ଯେଉଁଥିରେ ଡିଭିସିଏମ, ଏସିଏମ କ୍ୟାଡରର ମାଓବାଦୀ ମଧ୍ୟ ରହିଛନ୍ତି । ଏହି ମାଓବାଦୀମାନେ ନାରାୟଣପୁର ଜିଲ୍ଲାର ମାଡ ଡିଭିଜନର କୁତୁଲ, ନେସଲନା ପାର୍କ, ଇନ୍ଦ୍ରାବତୀ କ୍ଷେତ୍ର ମାଓ କମିଟିରେ ସକ୍ରିୟ ଥିଲେ ।


ଏହି ମାଓବାଦୀମାନଙ୍କ ମୁଣ୍ଡ ଉପରେ ମୋଟ ୩୭ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ରାଶି ରହିଥିଲା । ଏମାନେ ପୂର୍ବରୁ ଅନେକ ହିଂସାକାଣ୍ଡରେ ଜଡିତ ଥିଲେ I ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପ୍ରୋତ୍ସାହନ ସ୍ବରୂପ ୫୦,୦୦୦ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି । ସେମାନଙ୍କୁ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ନାରାୟଣପୁର ଏସପି ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
22-maoists-surrender | Argus News