Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଦ୍ ପଡ଼ିଲା ୨୨ ହଜାର ୨୯୩ ଅଯୋଗ୍ୟ ରାସନକାର୍ଡ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବାଦ୍ ପଡ଼ିଲା ୨୨ ହଜାର ୨୯୩ ଅଯୋଗ୍ୟ ରାସନକାର୍ଡ

ଭୁବନେଶ୍ଵର: ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ପ୍ରକ୍ରିୟା ସରିଥିବା ବେଳେ ଯାଞ୍ଚରୁ ଧରା ପଡ଼ିଛନ୍ତି ଭୂତ ଓ ଅଯୋଗ୍ୟ ହିତାଧିକାରୀ । ରାଜ୍ୟରେ ଥିବା ୨୨ ହଜାର ୨୯୩ ଅଯୋଗ୍ୟ ରାସନକାର୍ଡଧାରୀ ରହିଥିବା ବେଳେ ଏହାର ସଦସ୍ୟଙ୍କ ସଂଖ୍ୟା ୮୪ ହଜାର ୭୫୭ । ଏମାନଙ୍କୁ ରାସନକାର୍ଡ ବନ୍ଦ କରାଯିବା ସହ ରାସନ ମଧ୍ୟ ବନ୍ଦ କରାଯାଇଛି ।


ଏନେଇ ବିଧାନସଭାରେ ଅଶ୍ଵିନୀ କୁମାର ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଯୋଗ୍ୟ ୨୨ ହଜାର ୨୯୩ ରାସନକାର୍ଡକୁ ବନ୍ଦ କରାଯାଇ ସେଥିରେ ସାମିଲ୍ ଥିବା ୮୩ ହଜାର ୭୫୭ ଜଣଙ୍କ ରାସନ ବନ୍ଦ ହୋଇଛି । ଇ-କେୱାଇସି ପରେ ଏହି ପଦକ୍ଷେପ ନେଇଛନ୍ତି ସରକାର ।


କଟକ ଜିଲ୍ଲାରେ ସର୍ବାଧିକ ୨୫୫୪ ରାସନ କାର୍ଡ କଟିଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ୧୦୨ଟି ରାସନ କାର୍ଡ କଟିଛି । ଅନୁଗୁଳ ଜିଲ୍ଲାରେ ୧୧୦୧ଟି ରାସନକାର୍ଡ କଟିଥିବା ବେଳେ ବାଲେଶ୍ଵରରେ ୧୪୩୬, ବରଗଡ଼ରେ ୪୬୮, ଭଦ୍ରକରେ ୫୬୭, ବଲାଙ୍ଗିରରେ ୬୪୫, ଦେବଗଡ଼ରେ ୨୧୦, ଢେଙ୍କାନାଳରେ ୩୮୭ଟି ଅଯୋଗ୍ୟ ରାସନକାର୍ଡକୁ ବାଦ୍ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିଭଳି ଗଜପତି ଜିଲ୍ଲାରେ ୨୩୨ଟି ରାସନକାର୍ଡ ବାଦ୍ ପଡ଼ିଥିବା ବେଳେ ଗଞ୍ଜାମରେ ୫୫୨, ଜଗତସିଂହପୁରରେ ୪୮୭, ଯାଜପୁରରେ ୬୦୫, ଝାରସୁଗୁଡ଼ାରେ ୩୦୭, କଳାହାଣ୍ଡିରେ ୪୯୪, କନ୍ଧମାଳରେ ୬୫୬, କେନ୍ଦ୍ରାପଡ଼ା ୫୧୭, କେନ୍ଦୁଝରରେ ୭୩୧, ଖୋର୍ଦ୍ଧାରେ ୧୩୪୫, କୋରାପୁଟରେ ୯୦୭ଟି ଅଯୋଗ୍ୟ କାର୍ଡ କଟିଛି ।


ମାଲକାନଗିରିରେ ୨୯୮ଟି ରାସନକାର୍ଡକୁ ବାଦ୍ ଦିଆ ଯାଇଥିବା ବେଳେ ମୟୂରଭଞ୍ଜରେ ୧୨୮୨, ନବରଙ୍ଗପୁରରେ ୭୮୧, ନୟାଗଡ଼ରେ ୧୬୧୮, ନୂଆପଡ଼ାରେ ୨୮୨, ପୁରୀରେ ୮୭୬, ରାୟଗଡ଼ାରେ ୬୧୬, ସମ୍ବଲପୁରରେ ୯୩୧, ସୋନପୁରରେ ୪୨୬, ସୁନ୍ଦରଗଡ଼ରେ ୯୦୦ଟି ରାସନକାର୍ଡ ଅଯୋଗ୍ୟ ବିବେଚିତ ହେବା ପରେ କଟିଛି ।

Sponsored
22293-ineligible-ration-card-detected-in-odisha | Argus News