Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

Rashmita Mishra
Browse all articles by Rashmita Mishra
·11 months ago·1 min read
ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

Key Points

୧୦ଟି ବିଭାଗର ଗ୍ରୁପ-Cର ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ
ସର୍ବାଧିକ ପଦବୀ ରହିଛି ସ୍କୁଲ ଓ ଗଣଶିକ୍ଷା ବିଭାଗର
ସ୍କୁଲ ଓ ଗଣଶିକ୍ଷା ବିଭାଗର ୮୩୫୮ ପଦବୀ ଖାଲି ପଡ଼ିଛି
ପଞ୍ଚାୟତିରାଜ ବିଭାଗର ୪୦୪୨ଟି ପଦବୀ ଖାଲି ପଡ଼ିଛି

ଓଡ଼ିଶା ସରକାର ୧୦ଟି ବିଭାଗରେ ଖାଲି ପଡ଼ିଥିବା ଗ୍ରୁପ୍ ‘ସି’ ଶ୍ରେଣୀର ୨୨,୮୯୬ଟି ପଦବୀ ଖୁବଶୀଘ୍ର ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ସଚିବ ଏହି ନିଯୁକ୍ତି ପ୍ରକ୍ରିୟା ୨୦୨୫ ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂରଣ ହେବ ଖାଲି ଥିବା ପଦବୀ । ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ଟି ବିଭାଗର ଗ୍ରୁପ-Cର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ । ସର୍ବାଧିକ ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗର ୮ ହଜାର ୩୫୮, ପଂଚାୟତିରାଜ ବିଭାଗର ୪ ହଜାର ୪୨, ସ୍ବାସ୍ଥ୍ୟ ବିଭାଗର ୩ ହଜାର ୬୭୭ ସହ ୧୦ଟି ବିଭାଗରେ ନିଯୁକ୍ତି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ଟି ବିଭାଗରେ ୪୪ ହଜାର ୯୦୯ ପଦବୀ ଖାଲି ପଡ଼ିଥିବା ବେଳେ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଏହି ନିଯୁକ୍ତି ପ୍ରକ୍ରିୟା ରାଜ୍ୟରେ ବେକାରୀ ସମସ୍ୟା ହ୍ରାସ କରିବା ସହିତ ବିଭିନ୍ନ ବିଭାଗରେ ସେବାର ଗୁଣବତ୍ତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ବିଭାଗକୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ କୁହାଯାଇଛି।

ଏହି ଘୋଷଣା ରାଜ୍ୟର ବେକାର ଯୁବକମାନଙ୍କ ମଧ୍ୟରେ ଆଶାର ସଞ୍ଚାର କରିଛି। ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଅଧିକ ସୂଚନା ପାଇଁ ସମ୍ପୃକ୍ତ ବିଭାଗର ଅଫିସିଆଲ ଓ୍ୱେବସାଇଟ ଦେଖିବାକୁ ପରାମର୍ଶ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
22896-posts-to-be-filled-soon | Argus News