Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେଣି ୨୩୩

Smruti Parija
Browse all articles by Smruti Parija
·1 year ago
ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେଣି ୨୩୩

ଭୁବନେଶ୍ୱର: ଗତ ୩ ବର୍ଷରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ୨୩୩ ଜଣ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୩ ଜଣ ପ୍ରାଣ ହରାଇଥିବାବେଳେ ବଲାଙ୍ଗୀରରୁ ୨୬ ଜଣ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ୨୩୩ ଜଣଙ୍କ ମଧ୍ୟରୁ ୧୯୯ ଜଣଙ୍କ ମୃତଦେହ ଓଡିଶାକୁ ଫେରିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ତତ୍ୟ ଅନୁଯାୟୀ, ବିଗତ 3 ବର୍ଷରେ ରାଜ୍ୟରୁ ବାହାର ରାଜ୍ୟକୁ କାମ କରିବାକୁ ସମୁଦାୟ 233 ଜଣ ଶ୍ରମିକ ଅକାଳରେ ମୃତ୍ୟୁର ସମ୍ମୁଖୀନ ହୋଇଛନ୍ତି । ସରକାରଙ୍କ ତରଫରୁ 199 ଜଣଙ୍କ ମରଶରୀରକୁ ସେମାନଙ୍କ ସ୍ୱଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପାଦନ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏବାବଦରେ ସରକାରଙ୍କ ତରଫରୁ 24,16,604 ଟଙ୍କା ଖର୍ଚ୍ଚ କରାଯାଇଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
233 migrant-labour- have lost their lives while going to work abroad | Argus News