Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାଦନ ଚାଲାଣ ବେଳେ୨ ଦଲାଲଙ୍କୁ ବାନ୍ଧିଲା ପୋଲିସ

Smruti Parija
Browse all articles by Smruti Parija
·2 years ago
ଦାଦନ ଚାଲାଣ ବେଳେ୨ ଦଲାଲଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୨୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୧୦ ପୁରୁଷ,୯ ମହିଳା ଓ ୫ ଶିଶୁ । ଦାଦନ ଚାଲାଣ ଅଭିଯୋଗରେ ୨ ଦାଦନ ଦଲାଲଙ୍କୁ ବାନ୍ଧିଛି କଣ୍ଟାବାଞ୍ଜି  ପୋଲିସ ଏବଂ ଅଧିକ ତଦନ୍ତ ଆରମ୍ଭ କରିଛି । 

ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ଦାଦନ ଶ୍ରମିକ, ଉଦ୍ଦାର କଲା ପୋଲିସ

ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ ଲାଗି ଦଲାଲ ନେଉଥିବାବେଳେ ଉଦ୍ଧାର କରିଛି ପୋଲିସ । ତେବେ ଶ୍ରମିକମାନେ ବଲାଙ୍ଗୀର ଲାଠୋର ଓ ବରଗଡ଼ ଗୋଡ଼ଭଗା ଅଞ୍ଚଳର ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ କଣ୍ଟାବାଞ୍ଜି ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଆଜି ବଲାଙ୍ଗୀର ଜିଲ୍ଲା ଦିବସ ପାଳନ କରାଯାଉଥିବାବେଳେ ଦାଦନ ଚାଲାଣକୁ ରୋକିବାରେ ସରକାର ଓ ପ୍ରଶାସନ ବିଫଳ ହେବାରେ ଲାଗିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored