Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 24 ମହାସଂଗ୍ରାମ : କିଏ ଜିତିବ ନୟାଗଡ଼ ବାଜି ତାକୁ ନେଇ ଚର୍ଚ୍ଚା

Odisha

24 ମହାସଂଗ୍ରାମ : କିଏ ଜିତିବ ନୟାଗଡ଼ ବାଜି ତାକୁ ନେଇ ଚର୍ଚ୍ଚା

Ritu Das
Browse all articles by Ritu Das
·2 years ago·2 min read
24 ମହାସଂଗ୍ରାମ : କିଏ ଜିତିବ ନୟାଗଡ଼ ବାଜି ତାକୁ ନେଇ ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ରାଜ୍ୟର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ। କିନ୍ତୁ କିଏ ଏଥର ଏଠାରୁ ବିଧାୟକ ହେବ ଏନେଇ  ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଚଳିତ ନିର୍ବାଚନରେ 246 ଟି ବୁଥରେ ପ୍ରାୟ ୨ ଲକ୍ଷ ୧୪ ହଜାର ୬୭୨ ଜଣ ଭୋଟର ମତ ସାବ୍ୟସ୍ତ କରିବାକୁ ଥିବା ବେଳେ କିଏ ଜିତୁଛି ନୟାଗଡ଼ ବାଜି  ତାହା ଊପରେ ସମସ୍ତଙ୍କ ନଜର। 

ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ର ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ଲଗାତର ପାଞ୍ଚ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବିଧାୟକ ଅରୁଣ ସାହୁ l ୨ ହେଭିୱେଟ ପରସ୍ପର ବିରୋଧରେ ଲଢେଇ କରି ଭୋଟରଙ୍କ ମୁଡ଼କୁ ପ୍ରଭାବିତ କରୁଛନ୍ତି l  ଅରୁଣ ସାହୁଙ୍କ ଗଡ଼ ଭାଙ୍ଗିବାକୁ ପୁରା ଦମରେ ଲାଗିଛନ୍ତି ପ୍ରତ୍ୟୁଷା।  ଅନ୍ୟପଟେ ଅସନ୍ତୁଷ୍ଟ ବିଜେଡ଼ି ନେତା, କର୍ମୀ ଏବଂ ବିଜେପି କର୍ମୀଙ୍କୁ ନେଇ ମୈଦାନରେ ଲଢ଼ୁଛନ୍ତି ପ୍ରତ୍ୟୁଷା l ପୂର୍ବତନ କନ୍ଧମାଳ ସାଂସଦ ସ୍ୱାମୀ ହେମେନ୍ଦ୍ରଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ଲଢ଼େଇ କରୁଛନ୍ତି l ନୟାଗଡ଼ରେ ଚିନିକଳ ଚାଲୁ କରିବା, ବିଶ୍ୱବିଦ୍ୟାଳୟ ସ୍ଥାପନ ଏବଂ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ l ବିରାଟ ଶୋଭାଯାତ୍ରା କରି ଘରକୁ ଘର ବୁଲି ଲୋକଙ୍କ ପାଖକୁ ଯାଉଛନ୍ତି l ନୟାଗଡ଼ ବିଜେଡି ଗଡ଼ ଭାଙ୍ଗି ପରିବର୍ତ୍ତନ ପାଇଁ ନାରା ଦେଉଛନ୍ତି l ସେପଟେ ପ୍ରତ୍ୟୁଷାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ବିଜେପି ଚାଣକ୍ୟ ଅମିତ ଶାହା। 
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କୁହାଳିଆ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇ ଭୋଟ ହାତେଇବାରେ ବ୍ୟସ୍ତ ଅରୁଣ। କିନ୍ତୁ ପୂର୍ବଥର ଭୋଟର ବୁଝି ନ ଥିଲେ ଏଥର କିନ୍ତୁ ଭୋଟର ବୁଝିସାରିଲେଣି ଆଉ ବୁଝାଇଦେବେ ଅରୁଣଙ୍କୁ। ପୂର୍ବରୁ ନୟାଗଡ଼ରେ ଯେଉଁ ସ୍ଲୋଗାନ ପଡ଼ୁଥିଲା ଅରୁଣ ହଟାଅ ନୟାଗଡ଼ ବଞ୍ଚାଅ ତାହା ଏଥର ହେବନି ତ ସତ?। 

ସେପଟେ  ନୟାଗଡ଼ରେ କଂଗ୍ରେସ ବିରୋଧୀ ଦଳ ଭାବରେ ଆଗରେ ଥିଲେ ବି,ପ୍ରଚାରରେ କିନ୍ତୁ ପଛରେ l କଂଗ୍ରେସ ପ୍ରାର୍ଥୀ ରଞ୍ଜିତ ଦାଶ କଂଗ୍ରେସ କର୍ମୀଙ୍କୁ ଏକାଠି କରି ନିଜ ଘର ସଜାଡ଼ିବାରେ ଲାଗିଛନ୍ତି l ନୟାଗଡ଼ ସ୍ୱାଭିମାନ ଓ ସମ୍ମାନ ପାଇଁ କଂଗ୍ରେସ ଲଢେ଼ଇ କରୁଛି l ନୟାଗଡ଼ରେ ଚିନିକଳ, ବେକାରୀ ସମସ୍ୟା ଆଦିକୁ ନେଇ ମଧ୍ୟ ଲୋକଙ୍କ ପାଖକୁ ଯାଉଛନ୍ତି ରଞ୍ଜିତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଛବିବର୍ଦ୍ଧନ ହତ୍ୟା ଆଦି ମାଳ ମାଳ ଅଭିଯୋଗରେ ଛନ୍ଦି ହୋଇଥିବା ବିଧାୟକ ଅରୁଣ ସାହୁଙ୍କ ପାଇଁ ଏଥର ଗଡ଼ ବିଜୟ କରିବା ଏତେ ସହଜ ନୁହଁ, ସେପଟେ ବିଜେଡ଼ି ପାଇଁ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇଥିଲା ବେଳେ ବିଜେପି ପ୍ରାଥୀ ପ୍ରତ୍ୟୁଷାଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା l ଯାହା ନୟାଗଡ଼ରେ ପରିବର୍ତ୍ତନର ହାୱାକୁ ଦ୍ବିଗୁଣିତ କରିଛି l ଏଣୁ, ଏଥର ଭୋଟରଙ୍କ ଜନମତ କାହା ସପକ୍ଷରେ ଯାଉଛି ତାହା ଜଣାପଡ଼ିବ ଜୁନ ୪ରେ। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର

Education Next Season 5
Sponsored
24 Mahasagram | Argus News