Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୪ ବର୍ଷର ସ୍ଥିର ସରକାରରେ ପହଁଚି ପାରିଲାନି ମୌଳିକ ସୁବିଧା

Rashmita Mishra
Browse all articles by Rashmita Mishra
·1 year ago·2 min read
୨୪ ବର୍ଷର ସ୍ଥିର ସରକାରରେ ପହଁଚି ପାରିଲାନି ମୌଳିକ ସୁବିଧା

Key Points

  • ଭୋଇମଡ଼ାରେ ଭୁଇଁ କାମୁଡିଛି ବିକାଶ
  • ୨୪ ବର୍ଷର ସ୍ଥିର ସରକାରରେ ପହଁଚି ପାରିଲାନି ମୌଳିକ ସୁବିଧା
  • ଆଜି ବି ଦେହପା ଖରାପ ହେଲେ ଖଟିଆ ଭରସା 
  • ଗୁହାରି କରି କରି ଫଳ ଶୂନ
     

ଅର୍ଗସ ବ୍ୟୁରୋ: ସ୍ବାଧୀନତାକୁ ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଆଜିବି ଦୁର୍ଗମ ଗାଁକୁ ପହଁଚିନି ପକା ସଡ଼କ, ନା ପାନୀୟ ଜଳ ସୁବିଧା, ନାଁ ଶିକ୍ଷା ନିମନ୍ତେ ବିଦ୍ୟାଳୟ । ୫ ବର୍ଷ ପୂର୍ବେ ଘର ବାରଣ୍ଡାରେ ଚାଲିଥିଲା ଶିକ୍ଷା ଦାନ ଏବଂ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ୪ ବର୍ଷ ତଳେ ଉପସ୍ଥାପନ କମ୍ ଦେଖାଇ ବିଦ୍ୟାଳୟ ବନ୍ଦ କରିଦେଲା ଶିକ୍ଷା ବିଭାଗ । ହେଲେ ଆଜି ବି ମାଦାଲ ଦାନୀ ଓ ମାଣ୍ଡିଆ ଡମ୍ବୁରେ ଅର୍ଧ ନିର୍ମିତ ହୋଇ ପଡି ରହିଛି ବିଦ୍ୟାଳୟ। ଯାହା ଫଳରେ ଗାଁରେ ଅଙ୍ଗନବାଡ଼ି ଶିକ୍ଷା ପରେ କୁନି କୁନି ପିଲା ଶିକ୍ଷା ଅଭାବରୁ ଅଶିକ୍ଷିତ ହୋଇ ଗାଁ ଦାଣ୍ଡରେ ବୁଲୁଛନ୍ତି। ଗାଁରେ ଘର ସଂଖ୍ୟାକୁ ଦେଖିଲେ କାଁଭାଁ ଘରକୁ ଛାଡି ଦେଲେ ଛଟା ମାଟି କାନ୍ତକୁ ଆଜବେଷ୍ଟ ଘରେ ଆଜି ବି ଦୁର୍ଗମରେ ବସବାସ କରୁଛନ୍ତି ଲୋକେ। ଏ ଚିତ୍ର ହିଁ ବୟାନ କରୁଛି ବିଜେଡି ସରକାରରେ ବିକାଶର ଚିତ୍ର କେତେ ସତ କେତେ ମିଛ।

 ଏ ହେଉଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୋଇମଡ଼ା ପଞ୍ଚlୟତର ମାଦାଲ ଦାନୀ, ସିନ୍ଧିପାଙ୍ଗ, ମାଣ୍ଡିଆ ଡମ୍ବୁ, ଇରୁକୁଟି ଗ୍ରାମର ଦୃଶ୍ୟ । କୋଲନରା ବ୍ଲକରୁ ୩୫ କିଲୋମିଟର ଏବଂ ଜିଲ୍ଲାରୁ ପାଖାପାଖି ୪୭ କିଲୋମିଟର ଅତିକ୍ରମ କଲା ପରେ ଭୋଇମଡ଼ା ପଞ୍ଚlୟତ ଅବସ୍ଥିତ। ମାଦାଲ ଦାନୀ ଗାଁରେ ୬୦ ପରିବାର, ସିନ୍ଧିପାଙ୍ଗା ଗାଁରେ ୧୫  ପରିବାର, ମାଣ୍ଡିଆ ଡମ୍ବୁ ଗାଁରେ ୪୦ ଘର ପରିବାର ଏବଂ ଇରୁକୁଟି ଗାଁରେ ୩୮ ଘର ପରିବାର ବସବାସ କରିଥାନ୍ତି। କିନ୍ତୁ ଆଜିବି ବିକାଶ ଏମାନଙ୍କ ନିମନ୍ତେ ସାତ ସପନ ପାଲଟିଛି। ସୁଧ ପାନୀୟ ଜଳ ନାଁରେ ଗାଁ ଦାଣ୍ଡରେ ଲାଗିଛି ଟ୍ୟାପ । କିନ୍ତୁ ଆଜି ବି ଗ୍ରାମବାସୀ ନଦୀ ନାଳ ପାଣି ବ୍ୟବହାର କରୁଛନ୍ତି। ଗାଁକୁ ପକା ସଡ଼କ ଖଣ୍ଡିଏ ସଂଯୋଗ ହୋଇନଥିବା କାରଣରୁ ଆଜି ବି ଦେହପା ଖରାପ ହେଲେ ଏବଂ ଗର୍ଭବତୀଙ୍କୁ ଚିକିତ୍ସାଳୟ ପହଁଚାଇବା ନିମନ୍ତେ ଖଟିଆ ନଚେତ ଷ୍ଟ୍ରେଚରର ସାହାଯ୍ୟ ନିଆଯାଏ।

ଗାଁର ମୌଳିକ ସମସ୍ୟାକୁ ନେଇ ବାରମ୍ବାର ଅଞ୍ଚଳ ବାସିନ୍ଦା ପ୍ରଶାସନ ଏବଂ ପୂର୍ବ ସରକାରଙ୍କ ନିକଟରେ ଅବଗତ କରାଇଥିଲେ। ହେଲେ ସମସ୍ୟାର ସମାଧାନ ନ କରି ଠକିଦେଲେ ବିଜେଡି ସରକାର। ତେଣୁ ନୂତନ ସରକାରରେ ସେମାନଙ୍କର ଏହି ସ୍ଥିତି ସୁଧିରିବା ନେଇ ଆଶା ବ୍ୟକ୍ତ କରିବା ସହିତ ନିବେଦନ ଜଣାଇଛନ୍ତି ଅଞ୍ଚଳବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
24 years of stable government without access to basic facilities | Argus News