Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପ୍ରଚାର ପାଇଁ ଝୋଟ ବ୍ୟାଗ୍ ବାଣ୍ଟି 247 କୋଟି ଉଡ଼ାଇ ଦେଇଥିଲେ ବିଜେଡ଼ି ସରକାର

Odisha

ପ୍ରଚାର ପାଇଁ ଝୋଟ ବ୍ୟାଗ୍ ବାଣ୍ଟି 247 କୋଟି ଉଡ଼ାଇ ଦେଇଥିଲେ ବିଜେଡ଼ି ସରକାର

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରଚାର ପାଇଁ ଝୋଟ ବ୍ୟାଗ୍ ବାଣ୍ଟି 247  କୋଟି ଉଡ଼ାଇ ଦେଇଥିଲେ ବିଜେଡ଼ି ସରକାର

ଅର୍ଗସ ବ୍ୟୁରୋ: ପୂର୍ବର ବିଜେଡି ସରକାର ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ କରିଥିଲେ ପାଣି ଭଳି ଟଙ୍କା ।  ନିଜ ପ୍ରଚାର ପାଇଁ ଝୋଟ ବ୍ୟାଗ୍ ବାଣ୍ଟି ୨୪୭  କୋଟି ଉଡ଼ାଇ ଦେଇଥିଲେ ପୂର୍ବ ବିଜେଡ଼ି ସରକାର । ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବୟାନ । ପ୍ରତି ପରିବାର ପିଛା ଦିଆଯାଇଥିଲା ୨ଟି ବ୍ୟାଗ ସହ 1000 ଟଙ୍କା ।  247 କୋଟି 36 ଲକ୍ଷ 64 ହଜାର 297 ଟଙ୍କା ଖର୍ଚ୍ଚ କରାଯାଇଥିଲା । ବ୍ୟୟ ବରାଦ ହୋଇଥିଲା 959 କୋଟି 5 ଲକ୍ଷ 26 ହଜାର ଟଙ୍କା । ତେବେ ଏହି ଝୋଟ ବ୍ୟାଗ ବଣ୍ଟନର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ଦୁର୍ନୀତି ହୋଇଥିଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ। ଏଥିରେ ରାଜ୍ୟ ରାଜକୋଷର ଅପବ୍ୟବହାର ହୋଇଥିଲେ, ଯିଏ ବି ହୋଇଥାନ୍ତୁ, ତଦନ୍ତ ହୋଇ କାର୍ଯାନୁଷ୍ଠାନ ନିଆଯିବ । ଏଥିରେ ବହୁତ୍ କିଛି ଗୋଳମାଳ ରହିଥିବା ଅନୁମାନ କରାଯାଉଛି। ପୂର୍ବ ସରକାରରେ ଯାହା ଭୁଲ ନିଷ୍ପତି ନିଆଯାଇଛି, ତାକୁ ଚିହ୍ନଟ କରି ସୁଧାର କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
247 crores was spent by the BJD government by distributing jhot bags for campaigning | Argus News