Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ବିଧାନସଭାରେ ଆଗତ ହେବ 25-26 ବିଜେଟ

Odisha

ଆଜି ବିଧାନସଭାରେ ଆଗତ ହେବ 25-26 ବିଜେଟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଜି ବିଧାନସଭାରେ ଆଗତ ହେବ 25-26 ବିଜେଟ

ଆଜି ବିଧାନସଭାରେ ଆଗତ ହେବ 25-26 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବିଜେଟ । ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉପସ୍ଥାପନ କରିବେ ବଜେଟ୍ । ଏଥର ବଜେଟରେ ସରକାର ଜନ କଲ୍ୟାଣ ପାଇଁ ଆଣିପାରନ୍ତି ଯୋଜନା । ପୂର୍ବରୁ ରାଜ୍ୟ ବଜେଟ୍ ଥିଲା ଖଣି ଆଧାରିତ। ଏଥର କୃଷି, ଟୁରିଜିମ୍, ସର୍ଭିସ ସେକ୍ଟରକୁ ଦେଇପାରନ୍ତି ଗୁରୁତ୍ବ । ଉତ୍କର୍ଷ ଓଡିଶାର ଆଧାରରେ ହୋଇପାରେ ବଜେଟର ରୁପରେଖ । ଏଥର 2 ଲକ୍ଷ 80 ହଜାର କୋଟି ଟପିପାରେ ରାଜ୍ୟ ବଜେଟ୍ । ସରକାରଙ୍କ ଫୋକସରେ ଯୁବ ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ବ ।


ପୁରୁଣା ଫ୍ଲାଗସିପ୍ କାର୍ଯ୍ୟକ୍ରମକୁ ଗୁରୁତ୍ବ, ଘୋଷଣା ହୋଇଥିବା ଯୋଜନାରେ ବ୍ୟୟ ବରାଦ ସହ ନୂଆ ଯୋଜନା ଆଣିବା ସରକାରଙ୍କ ପାଇଁ ହୋଇପାରେ ଚ୍ୟାଲେଞ୍ଜ । ବିଶେଷ କରି ସୁଭଦ୍ରା, ଧାନ ଏମଏସପି ଉପରେ 800 ଟଙ୍କାର ସବସିଡି ସହ ଅନ୍ତଦ୍ବୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା , ପ୍ରତି ବ୍ଲକ୍ ରେ ଷ୍ଟାଡିୟମ, 58 ଟି ନୂଆ ଶୀତଳ ଭଣ୍ଡାର ସହ 100 ରୁ ଅଧିକ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ବ୍ୟୟ ବରାଦରେ ବଜେଟର ବଡ ଅଂଶ ଯାଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
25-26 budget will be introduced in the assembly today | Argus News