Videos
|
Odisha

ମାଲକାନଗିରି ଜୟପୁରିଆଗୁଡାରେ ବିଷାକ୍ତ ଛତୁ ଖାଇ ୨୫ ଅସୁସ୍ଥ

Ritu Das
Browse all articles by Ritu Das
·1 year ago·1 min read
ମାଲକାନଗିରି ଜୟପୁରିଆଗୁଡାରେ ବିଷାକ୍ତ ଛତୁ ଖାଇ ୨୫ ଅସୁସ୍ଥ

ବିଷାକ୍ତ ଛତୁ ଖାଇ ୨୫ ଜଣ ଅସୁସ୍ଥ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ସ୍ଥିତ ଜୟପୁରିଆଗୁଡାରେ କିଛି ଯୁବକ ଜଙ୍ଗଲରୁ ଛତୁ ସଂଗ୍ରହ କରି ଆଣିଥିଲେ। ଏହି ଛତୁକୁ ସମସ୍ତେ ଭାଗ କରି ନେବାସହ ଘରେ ରାନ୍ଧି ଖାଇବା ପରେ ଅସୁସ୍ଥ ଅନୁଭବ କରିଥିଲେ। ଏହାସହ କିଛି ବ୍ୟକ୍ତିଙ୍କ ବାନ୍ତି ମଧ୍ୟ ହୋଇଥିଲା। ପ୍ରାୟ ୨୫ ଜଣ ଅସୁସ୍ଥତା ଅନୁଭବ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।


ସମସ୍ତଙ୍କ ଚିକିତ୍ସା ଜାରି ରହିଥ‌ିବା ବେଳେ ବିଷାକ୍ତ ଖାଦ୍ୟ ଯୋଗୁ ଏପରି ହୋଇଥ‌ିବା ଜଣାପଡିଛି I ଉକ୍ତ ଛତୁ ବିଷାକ୍ତ ହୋଇଥିବାରୁ ଏପରି ହୋଇଥିବା ଅନୁମାନ କରାଯାଉଛି। ସମସ୍ତଙ୍କ ଚିକିତ୍ସା ଜାରି ରହିଛି ଏବଂ ଅବସ୍ଥା ସ୍ଥିର ରହିଛି। କିନ୍ତୁ କିଛି ବ୍ୟକ୍ତିଙ୍କ ମଧ୍ୟରେ ପେଟ ବଥା, ବାନ୍ତି ଭଳି ସମାନ୍ୟ ଲକ୍ଷଣ ରହିଥ‌ିବା ଓ ୨୫ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥ‌ିବା ନେଇ ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର ପ୍ରଫୁଲ୍ଲ ବେହେରା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
25-people-fall-ill-after-consuming-poisonous-mashroom-eating-in-jeypuriaguda-malkangiri | Argus News