Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୫ ବର୍ଷର ଜନବସତି, ମିଳୁନି ରାଜସ୍ୱ ଗାଁ ମାନ୍ୟତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
୨୫ ବର୍ଷର ଜନବସତି, ମିଳୁନି ରାଜସ୍ୱ ଗାଁ ମାନ୍ୟତା

Key Points

ପରିଚୟ ଖୋଜୁଛନ୍ତି ହରଡାଗୁଡା ଗ୍ରାମବାସୀ
୨୫ ବର୍ଷର ଜନବସତି, ମିଳୁନି ରାଜସ୍ୱ ଗାଁ ମାନ୍ୟତା
ଶୋଷ ମେଣ୍ଟାଉଛି ଚୁଆପାଣି, ନାହିଁ ମୌଳିକ ସୁବିଧା
ଅଭିଶପ୍ତ ଜୀଵନ ଯାପନ କରୁଛନ୍ତି ନିରିହ ଆଦିବାସୀ

ରାତି ପାହିଲେ ପାଣି ପାଇଁ ସଂଘର୍ଷ । ଗାଁକୁ ନାଁ ରାସ୍ତା, ମିଳୁନି ମୌଳିକୁ ସୁବିଧା । କଳାହାଣ୍ଡି ଜୁନାଗଡ଼ ଦେଦର ପଞ୍ଚାୟତରେ ଦୁର୍ଗମ ଜଙ୍ଗଲ ପାହାଡ଼ ଭିତରେ ରହିଛି ହରଡାଗୁଡା ଗାଁ । ୨୫ ବର୍ଷର ଜନବସତି ପାଇ ନାହାନ୍ତି ରାଜସ୍ୱ ଗ୍ରାମର ମାନ୍ୟତା । ୨୦୦୦ ମସିହାରୁ ୨୨ଟି ଆଦିବାସୀ ପରିବାର ଏଠାରେ ଜନବସତି କରି ରହିଆସୁଛନ୍ତି । ରାଜସ୍ୱ ଗ୍ରାମର ମାନ୍ୟତା ପାଇନ ଥିବା ଯୋଗୁଁ ସରକାରଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ । ଗାଁରେ ପାଣି ପାଇଁ ହାହାକାର ପରିସ୍ଥିତି । ଗାଁରେ ୩ଟି ନଳକୂପ ଥିବା ବେଳେ ୨ଟି ନଳକୂପ ହିଁ ଖରାପ । ଫଳରେ ଶଗଡା ନଦୀର ଚୁଆପାଣି ଭରଷାରେ ପୁରା ଗାଁ ।


ଅଭିଶପ୍ତ ଜୀଵନ ଯାପନ କରୁଛନ୍ତି ନିରିହ ଆଦିବାସୀ ପରିବାର । ଗ୍ରାମବାସୀ ୨୦ କିଲୋମିଟର ଜଙ୍ଗଲୀ ପାଦଚଲା ରାସ୍ତାରେ ଦେଦର ପଞ୍ଚାୟତକୁ ଯାଇ ଚାଉଳ କିମ୍ବା ଭତ୍ତା ଆଣିଥାନ୍ତି । ଗାଁରେ ବିଜୁଳି ଆଲୁଅ ସାତ ସପନ । କିଛି ଲୋକଙ୍କୁ ସୋଲାର ଲାଇଟ ଦିଆ ଯାଇଥିଲା ବେଳେ ମାସେ ନ ପୁରୁଣୁ ତାହା ଖରାପ ହୋଇଯାଇଛି । ଗାଁକୁ ରାସ୍ତା ନ ଥିବା ବେଳେ ଆସିପାରୁନି ଆମ୍ବୁଲାନ୍ସ । ପ୍ରାୟ ୩ କିଲୋମିଟର ଜଙ୍ଗଲୀ ପାଦଚଲା ରାସ୍ତାରେ ରୋଗୀ କିମ୍ବା ଗର୍ଭବତୀଙ୍କୁ ଖାଟିଆରେ ବୋହି ଆଣିବାକୁ ପଡିଥାଏ । ଦିନରେ ସୂର୍ଯ୍ୟ ଏବଂ ରାତିରେ ତାରା ହିଁ ଗ୍ରାମବାସୀଙ୍କ ଭରଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜସ୍ୱ ଗ୍ରାମ ପାଇଁ ପୂର୍ବ ବିଜେଡି ସରକାରଙ୍କୁ ଗ୍ରାମବାସୀ ଅନେକଥର ଗୁହାରୀ କରିଛନ୍ତି । ହେଲେ ଆଦିବାସୀଙ୍କ ଗୁହାରୀକୁ ବିଜେଡି ସରକାର ଅଣଦେଖା କରିଥିବା ଅଭିଯୋଗ ହୁଏ । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଆସିଛି । ମୋହନ ସରକାରଙ୍କ ଉପରେ ଭରଷା କରିଛନ୍ତି ଅଞ୍ଚଳବାସୀ । କେବେ ମିଳୁଛି ହରଡାଗୁଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ତାହା ଦେଖିବାକୁ ବାକି ।

Sponsored
25-years-of-population-no-revenue-village-status | Argus News