Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାର ବଦଳିବାର ୩ ମାସ ହେଲାଣି : କ୍ଵାର୍ଟର ଛାଡିନାହାନ୍ତି ୨୭ ପୂର୍ବତନ ବିଧାୟକ ଓ ମନ୍ତ୍ରୀ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସରକାର ବଦଳିବାର ୩ ମାସ ହେଲାଣି : କ୍ଵାର୍ଟର ଛାଡିନାହାନ୍ତି ୨୭ ପୂର୍ବତନ ବିଧାୟକ ଓ ମନ୍ତ୍ରୀ

Key Points

  • ସରକାର ବଦଳିବାର ୩ ମାସ ହେଲାଣି
  • କ୍ଵାର୍ଟର ଛାଡିନାହାନ୍ତି ୨୭ ପୂର୍ବତନ ବିଧାୟକ ଓ ମନ୍ତ୍ରୀ
  • କ୍ଷମତା ଲୋଭକୁ ସହଜରେ ଛାଡିପାରୁନାହାନ୍ତି ବିଜେଡି ନେତା

ଅର୍ଗସ ବ୍ୟୁରୋ : ୨୪ ବର୍ଷ ଶାସନରେ ରହିବା ପରେ କ୍ଷମତା ଲୋଭରୁ ଦୂରେଇ ପାରୁନାହାନ୍ତି ବିଜେଡି ନେତା । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳୁଛି କ୍ଵାର୍ଟରକୁ ନେଇ । ଅର୍ଥାତ୍‌ ଷୋଡଶ ବିଧାନସଭା ସରିବାର ୧୦୦ ଦିନ ବିତିଲାଣି ହେଲେ ବି କ୍ଵାର୍ଟର ଛାଡିବାକୁ ନାରାଜ ୨୭ ପୂର୍ବତନ ବିଧାୟକ ଓ ମନ୍ତ୍ରୀ । ଖାସ କରି ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର, ରଜନୀକାନ୍ତ ସିଂ, ପ୍ରେମାନନ୍ଦ ନାୟକ, ପ୍ରୀତିରଞ୍ଜନ ଘଡାଇ, ରିତା ସାହୁ ଓ ସୁରେଶ ରାଉତରାୟଙ୍କ ଭଳି ନେତା । 

ବିଧାୟକ ଓ ମନ୍ତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଵାର୍ଟର ଯୋଗାଇ ଦିଆଯାଏ । ପ୍ରତି ୫ ବର୍ଷରେ ଥରେ ନବ ନିର୍ବାଚିତ ବିଧାୟକଙ୍କୁ କ୍ଵାର୍ଟର ମିଳିବାର ସରକାରୀ ବ୍ୟବସ୍ଥା ବି ରହିଛି । ଏହାସହ ବିଧାନସଭା ଭଙ୍ଗ ହେବାର ୨ ରୁ ୪ ସପ୍ତାହ ମଧ୍ୟରେ ପୂର୍ବତନ ବିଧାୟକ ମାନେ ସରକାରୀ କ୍ୱାର୍ଟର ଫେରସ୍ତ କରିବା କଥା । ହେଲେ ଏଯାଏଁ କ୍ୱାର୍ଟର ଖାଲି କରିନଥିବାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେମାନଙ୍କୁ ଜାରି ହୋଇଛି ନୋଟିସ । ଏପରିକି କ୍ୱାର୍ଟରକୁ ଯାଇ ତୁରନ୍ତ ଖାଲି କରିବାକୁ କହିଛନ୍ତି ରେଣ୍ଟ ଅଫିସର ଓ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ଯାହା ଏବେ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ନିର୍ବାଚନରେ ହାରିବା ପରେ ବି କ୍ଵାର୍ଟର ଛାଡିବାକୁ ନାରାଜ କିଛି ବିଧାୟକ । ସେମାନଙ୍କର ଏହି ନୀତି ଲାଗି ନୂଆ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିପାରୁନି କ୍ୱାର୍ଟର । ଆଲଟ୍ ସତ୍ତ୍ୱେ ସରକାରୀ କ୍ୱାର୍ଟର ଅପେକ୍ଷାରେ ଅଛନ୍ତି ପ୍ରାୟ ୬୦ ଜଣ ବିଧାୟକ ଓ ମନ୍ତ୍ରୀ। ଘର ନମିଳିପାରିବାରୁ ସେମାନଙ୍କୁ ଷ୍ଟେଟ୍ ଗେଷ୍ଟ ହାଉସରେ ରଖାଯାଇଛି । କିନ୍ତୁ ସେଥିରେ ବି ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ସାଧାରଣ ପ୍ରଶାସନ ବିଭାଗ ସହ ଓଡ଼ିଶା ବିଧାନସଭା ପକ୍ଷରୁ ମଧ୍ୟ କିଛି କ୍ୱାର୍ଟର ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିଛି । ତାକୁ ବି କିଛି ପୂର୍ବତନ ବିଧାୟକ ଏଯାଏଁ ଛାଡୁ ନଥିବା ଅଭିଯୋଗ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଜେଡି ଅଧିକଦିନ ଶାସନ କ୍ଷମତାରେ ରହିଥିବାରୁ କ୍ଷମତା ମୋହ ଛାଡିପାରୁନି । ଆଉ ନେତାଙ୍କୁ ମିଳିଥିବା କ୍ଵାର୍ଟରକୁ ସେମାନେ କେମିତି ରାଜ୍ୟ ରାଜସ୍ଵରୁ ଟଙ୍କା ଖର୍ଚ୍ଚ କରି ଆଲିଶାନ ଘର କରିଥିଲେ ତାହାର ଉଦାହରଣ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବିଧାୟକ ଥିବା ବେଳେ ନିଜ ସରକାରୀ ଘରକୁ ହୋଟେଲ ପରି ନିର୍ମାଣ କରିଥିଲେ । ଏମିତିକି ସତ ଜଣାପଡ଼ିବା ପରେ ଲୋକ ଲଗାଇ ଭାଙ୍ଗିବି ଥିଲେ । ଏବେ ସେହି କ୍ଵାର୍ଟର ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କୁ ମିଳିଛି । ସମୟ କହିବ କେତେଦିନ ଭିତରେ କ୍ଵାର୍ଟର ଛାଡୁଛନ୍ତି ପୂର୍ବତନ ନେତା ।
 

Sponsored
27 former legislators | Argus News