Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଣ୍ଟାବାଞ୍ଜି ଷ୍ଟେସନରୁ 27 ଦାଦନ ଶ୍ରମିକ ଉଦ୍ଧାର

Smruti Parija
Browse all articles by Smruti Parija
·2 years ago·1 min read
କଣ୍ଟାବାଞ୍ଜି ଷ୍ଟେସନରୁ  27 ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର:  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଦାଦନଗଡରୁ ପୁଣି ପୁଲିସ ଦାଦନ ଉଦ୍ଧାର କରିଛି ।  କଣ୍ଟାବାଞ୍ଜି ରେଳ ଷ୍ଟେସନ୍ ଅଞ୍ଚଳରୁ ରାତିରେ ଏକ ଭ୍ୟାନ୍ ଯୋଗେ ତୁରେକେଲା ଅଂଚଳର ୨୭ଜଣ ଦାଦନ ଶ୍ରମିକମାନେ ରାଜ୍ୟ ବାହାର ତିରୁପତିକୁ କଣ୍ଟାବାଞ୍ଜି ଷ୍ଟେସନ୍ ଯୋଗେ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ ।  ଯିବା ପୁର୍ବରୁ ରାସ୍ତାରୁ ହିଁ ଏହି ଦାଦନ ଶ୍ରମିକ ମାନଙ୍କୁ ପୁଲିସ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲା ।
 
ଏମାନଙ୍କ ମଧ୍ୟରୁ କିଛି ଶ୍ରମିକ ମାନଙ୍କ କାଗଜ ପତ୍ର ନଥିବା ପୁଲିସ ଜାଣିବା ପରେ ଥାନାକୁ ସମସ୍ତ ଶ୍ରମିକଙ୍କୁ ଆଣି ଦାଦନ ସର୍ଦ୍ଦାର ସହ କଥା ହେବା ପାଇଁ ଚେଷ୍ଟା କରିଥିଲା । ତେବେ ଚାଳାଣ କରୁଥିବା ସର୍ଦ୍ଦାର ଘଟଣାସ୍ଥଳରୁ ହିଁ ଫେରାର ହୋଇଥିବାବେଳେ ସମସ୍ତ ଦାଦନ ଶ୍ରମିକଙ୍କ କାଗଜ ପତ୍ର ଆଧାର କାର୍ଡ ଯାଞ୍ଚ କରି ପୁଣି ଘରକୁ ଛାଡି ଦେଇଥିବା ଜଣାପଡିଛି । 
ଏହି ଶ୍ରମିକ ମାନକଙ୍କ ମଧ୍ୟରେ ପୁରୁଷ ମହିଳା ସମେତ ନାବାଳକ ନାବାଳିକା ମଧ୍ୟ ଥିବା ଜଣାପଡିଛି । ଦାଦନ ଚାଲାଣର କାଗଜ ପତ୍ର ଥାଇ ମଧ୍ୟ ଦାଦନ ସର୍ଦ୍ଦାରମାନେ ଫେରାର ହେଉଥିବା ବେଳେ କିଛି ବେଆଇନ୍ ଚାଲାଣ ହେଉଥିବା ପୁଲିସ ସନ୍ଦେହ କରିଛି । 

ଗିରଫକୁ ଖାତିର କରୁନାହାନ୍ତି ଦଲାଲ, ବେଆଇନ ଭାବେ ଚାଲିଛି ଶ୍ରମିକ ଚୋରା ଚାଲାଣ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
27-migrant-labour-rescued-from-kantabanji-railway-station | Argus News