Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଞ୍ଚିରେ ଶେଷ ହେଲା ୨୭ ତମ ପୂର୍ବ କ୍ଷେତ୍ରୀୟ ପରିଷଦ ବୈଠକ

Rashmita Mishra
Browse all articles by Rashmita Mishra
·1 year ago·2 min read
ରାଞ୍ଚିରେ ଶେଷ ହେଲା ୨୭ ତମ ପୂର୍ବ କ୍ଷେତ୍ରୀୟ ପରିଷଦ ବୈଠକ

Key Points

ରାଞ୍ଚିରେ ଶେଷ ହେଲା ୨୭ ତମ ପୂର୍ବ କ୍ଷେତ୍ରୀୟ ପରିଷଦ ବୈଠକ
ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେଲା ଆଲୋଚନା ଅନେକ
ଓଡ଼ିଶା ସମେତ ୪ ରାଜ୍ୟ ବିଭିନ୍ନ ପ୍ରସଙ୍ଗରେ କଲେ ମାନସମନ୍ଥନ
ବ୍ୟାଙ୍କ ଓ ଇଣ୍ଟରନେଟ୍ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ କଲେ ଦୃଷ୍ଟି ଆକର୍ଷଣ
ଯୌନ ଅପରାଧର ତ୍ବରିତ ତଦନ୍ତ ଓ ନ୍ୟାୟ ଉପରେ ବୈଠକରେ ଗୁରୁତ୍ବ
ଓଡ଼ିଶାରେ ୨୩ଟି ପୋକ୍ସୋ ଏବଂ ୨୧ଟି ଫାଷ୍ଟ ଟ୍ରାକ୍ କୋର୍ଟ ହୋଇଛି ସ୍ଥାପିତ

ରାଞ୍ଚିରେ ଅନୁଷ୍ଠିତ ୨୭ ତମ ପୂର୍ବ କ୍ଷେତ୍ରୀୟ ପରିଷଦ ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା ଯୌନ ଅପରାଧ ମାମଲାଗୁଡ଼ିକର ତ୍ବରିତ ତଦନ୍ତ ସହ ନ୍ୟାୟ ପ୍ରଦାନ ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା। ଏଥିସହ ପ୍ରତ୍ୟେକ ଗାଁରେ ବ୍ୟାଙ୍କିଂ ସେବା ଉପଲବ୍ଧ କରାଇବା ଏବଂ ଜରୁରୀକାଳିନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା ଲାଗୁକରାଯିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇ ବ୍ୟାଙ୍କ ନଥିବା ଓଡ଼ିଶାର ୧୬୩୧ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ରାଞ୍ଚ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି। ଏ ନେଇ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି ମୋହନ। ଏଥିସହ ସେହି ଅଞ୍ଚଳରେ ଉତ୍ତମ ଇଣ୍ଟରନେଟ ସୁବିଧା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏହାବ୍ୟତୀତ ଯୌନ ଅପରାଧ ମାମଲାରେ ତ୍ବିରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ତଥ୍ୟ ଅନୁଯାୟୀ ୨୦୨୪ରେ ଓଡ଼ିଶରେ ୩୫୧୧ଟି ଯୌନ ଉତ୍ପୀଡ଼ନ ମାମଲା ପଞ୍ଜିକୃତ ହୋଇଥିଲା। ସେଥିରୁ ୨୩୯୩ଟି ମାମଲାରେ ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସେହିପିର ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୮୮୭ଟି ଯୌନ ଉତ୍ପୀଡ଼ନ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୪୨୭ ମାମଲ ପଞ୍ଜିକରଣକୁ ୬୦ ଦିନ ପୂରଣ ହୋଇଛି। ଏହି ୪୨୭ ମାମଲା ମଧ୍ୟରୁ ୨୮୧ଟି ମାମଲାର ଚର୍ଜସିଟ୍ ୬୦ ଦିନ ମଧ୍ୟରେ ଦାଖଲ ହୋଇଛି।

ଏଥିସହ ଯୌନ ଅପରାଧ ମାମଲାଗୁଡ଼ିକ କ୍ଷେତ୍ରରେ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ଓଡ଼ିଶାରେ ୨୩ ଟି ସ୍ବତନ୍ତ୍ର ପୋସ୍କୋ ଅଦାଲତ ଏବଂ ୨୧ଟି ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ ଅଦାଲତ ପ୍ରତିଷ୍ଠା କରାଯାଇଥିବା ନେଇ ପୂର୍ବ କ୍ଷେତ୍ରୀୟ ପରିଷଦ ବୈଠକରେ ଓଡ଼ିଶା ପକ୍ଷକୁ ତଥ୍ୟା ରଖାଯାଇଛି।
ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ବ କ୍ଷେତ୍ରୀୟ ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ସରକାରଙ୍କର ୭୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀ, ମନ୍ତ୍ରୀ ବିଜୟ ଚୌଧୁରୀ ଏବଂ ପଶ୍ଚିମବଙ୍ଗ ମନ୍ତ୍ରୀ ଚନ୍ଦ୍ରିକା ଭଟ୍ଟାଚାର୍ଯ୍ୟ ଏହି ବୈଠକରେ ପ୍ରତିନିଧିତ୍ବ କରିଥିଲେ।

ପୂର୍ବୋଦୟ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ମୂଳ ଥିଓରୀ। ପୂର୍ବ ଭାରତର ବିକାଶ ବିନା ଭାରତର ବିକାଶ ସମ୍ଭବ ନୁହେଁ ବୋଲି ବାରମ୍ବାର କହିଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେବଳ କଥାରେ କହିନାହାନ୍ତି ପୂର୍ବ ଭାରତ ମୋଦି ସରକାରଙ୍କ ବିକାଶ ଏଜେଣ୍ଡାରେ ସର୍ବଦା ପ୍ରାଥମିକତା ପାଇ ଆସିଛି। ଯାହାର ବଡ଼ ଲାଭାର୍ଥୀ ବନିଛି ଓଡ଼ିଶା। ଆର୍ଥିକ ଅନୁଦାନ ହେଉ କି ଭିତ୍ତିଭୂମି ସବୁ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଗୁରୁତ୍ବ। ୨୦୦୪-୧୪ ୟୁପିଏ ସରକାର ଏବଂ ୨୦୧୪-୧୫ ରୁ ୨୦୨୨-୨୩ ମୋଦି ସରକାର ଅମଳରେ ଓଡ଼ିଶାକୁ ମିଳିଥିବା ଅନୁଦାନ ମଧ୍ୟରେ ତୁଳନା କରାଗଲେ ଏହା ସ୍ପଷ୍ଟ ଜଣାପଡ଼ିଯାଉଛି।

ଯୁପିଏ ବନାମ ଏନଡିଏ

କ୍ଷେତ୍ର ୨୦୦୪ -୧୪ ୨୦୨୨-୨୩
ରେଳ ୫୧୯୦ କୋଟି ୫୬ ହଜାର ୮୧୮ କୋଟି
ଜାତୀୟ ରାଜପଥ ୪୧୬୦ କୋଟି ୨୮ ହଜାର ୨୫୧ କୋଟି
୧୪୯୮ କିମି ୪୧୪୩ କି.ମି
ଖଣି ଓ ଖଣିଜ ପଦାର୍ଥ ୪୯୨୫ କୋଟି ୪୯ ହଜାର ୮୫୯ କୋଟି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
27th-eastern-regional-council-meeting-concludes-in-ranchi | Argus News