Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରଗଡ଼ରେ ପ୍ରତିଷ୍ଠା ହେବ 2G ଜୈବ ଇଥାନଲ୍ ପ୍ଲାଣ୍ଟ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବରଗଡ଼ରେ ପ୍ରତିଷ୍ଠା ହେବ 2G ଜୈବ ଇଥାନଲ୍ ପ୍ଲାଣ୍ଟ !

Key Points

ଆଗାମୀ ଦିନରେ ବରଗଡ଼ରେ ଉତ୍ପାଦିତ ଚାଉଳ ସାମଗ୍ରୀର ବଜାର ବ୍ୟବସ୍ଥାକୁ ବଢାଇବା ।

ଓଡ଼ିଶାରେ ଗରିବଙ୍କ ସାମୂହିକ ଓ ସାମଗ୍ରିକ ବିକାଶ କରିବା ଦିଗରେ ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା ରହିଛି ।


ବରଗଡ଼ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ସାମିଲ୍ ହୋଇ ୨୨ କୋଟି ମୂଲ୍ୟର ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ପୂର୍ବୋଦୟ କଳ୍ପନାରେ ବରଗଡ଼ରେ ପ୍ରତିଷ୍ଠା ହେବ 2G ଜୈବ ଇଥାନଲ୍ ପ୍ଲାଣ୍ଟ । କୃଷି ଆଧାରିତ ଶିଳ୍ପ ସହ ହସ୍ତତନ୍ତ ଓ ପର୍ଯ୍ୟଟନ ଭିତ୍ତିକ ଅର୍ଥନୀତି ବଢାଇବ । ଲୋକ କବି ପଦ୍ମଶ୍ରୀ ହଳଧର ନାଗଙ୍କ ଜାତୀୟ ଆଲୋଚନା ଚକ୍ରରେ ସାମିଲ ସହ ସମ୍ବଲପୁରରେ ଏକ୍ ପେଡ଼ ମା’ କେ ନାମ୍ ୨.୦' ଅଭିଯାନର ଶୁଭାରମ୍ଭ କରିଛନ୍ତି ଧର୍ମେନ୍ଦ୍ର ।

କୃଷି ପ୍ରଧାନ ଜିଲ୍ଲା ବରଗଡ଼ରେ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ଯୋଗଦେଇ ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଥିସହ ଜିଲ୍ଲାର ସଫଳ କୃଷକ, ସୁଭଦ୍ରା ଓ ଲକ୍ଷପତି ଦିଦିଙ୍କୁ ସମ୍ମାନିତ ସହ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି- ଓଡ଼ିଶାରେ ଗରିବଙ୍କ ସାମୂହିକ ଓ ସାମଗ୍ରିକ ବିକାଶ କରିବା ଦିଗରେ ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା ରହିଛି ।

ଆଗାମୀ ଦିନରେ ବରଗଡ଼ରେ ଉତ୍ପାଦିତ ଚାଉଳ ସାମଗ୍ରୀର ବଜାର ବ୍ୟବସ୍ଥାକୁ ବଢାଇବା । ବରଗଡ଼ରେ ଇଥାନଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିରେ ପାଖାପାଖି ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । କୃଷି ଓ ବ୍ୟବସାୟ ଭିତ୍ତିକ ଜିଲ୍ଲା ବରଗଡ଼କୁ ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବାକୁ ଦାୟିତ୍ବ ନେବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର । ଏହି ସମାବେଶରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ ।

ବରହାଗୁଡ଼ାଠାରେ ଲୋକ କବିରତ୍ନ ହଳଧର ନାଗଙ୍କ ଉପରେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ରରେ ସାମିଲ୍ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି- ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ପ୍ରତୀକ ପଦ୍ରଶ୍ମୀ ହଳଧର ନାଗ । ସମ୍ବଲପୁରୀ ଭାଷାକୁ ସୁସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।

ସମ୍ବଲପୁର ପୋତାପାଲିରେ ଏକ୍ ପେଡ୍ ମା’ କେ ନାମ ୨.୦' ଅଭିଯାନ ଶୁଭାରମ୍ଭ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ଗଛ ଲଗାଇବାର ସହର ଭାବେ ସମ୍ବଲପୁରର ନୂଆ ପରିଚୟ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଛନ୍ତି । ଏଥିସହ ବରଗଡ଼ରେ ‘କ୍ରୀଷ୍ଣା ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ’ ପରିସରରେ ଫୁଟବଲ୍ କୋର୍ଟ “CR7 ARENA” ଉଦଘାଟନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2G bio ethanol plant to be established in Bargarh! | Argus News