Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଘଟଣା ନେଇଗଲା ୩ଜଣଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଘଟଣା ନେଇଗଲା ୩ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ଗଜପତି, ପାରାଦୀପ, ବାଲେଶ୍ବରରେ ଘଟିଛି ଦୁର୍ଘଟଣା । ପିକ୍‌ନିକ୍ ଯିବା ହେଲା କାଳ । ଟ୍ରାଭେଲର ଦୁର୍ଘଟଣାରେ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 11 ଜଣ  ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ଗୁରୁତର ବ୍ରହ୍ମପୁର mkcg ସ୍ଥାନାନ୍ତର l ସେପଟେ ପାରାଦୀପରେ ମାଛ ବ୍ୟବସାୟୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଅଠରବାଙ୍କୀର ବାଲିପ୍ଲଟରୁ ମାଛ ନେଇ ଯାଉଥିବା ବଳେ ଯୁବକ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ୍ । ମୃତକ ବାଲିଝରା ଅଞ୍ଚଳର ମହେନ୍ଦ୍ର ଜେନା ।

ଦୁର୍ଘଟଣାକୁ ନେଇ ଅଠରବାଙ୍କୀରେ ଦେଖାଦେଇଛି ଉତ୍ତେଜନାମୂଳକ ପରିସ୍ଥିତି । ସେହିପରି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଅମର୍ଦ୍ଦା ରୋଡ୍ ଅଞ୍ଚଳର କାହ୍ନୁ ପ୍ରଧାନ ରାସ୍ତାରେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କାହ୍ନୁଙ୍କ ମୃତ୍ୟୁ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3 died in accident in gajapati | Argus News